ଓଡିଶା

odisha

ETV Bharat / state

ଜାଗରରେ ଭକ୍ତମୟ ଶୈବପୀଠ

କୋଭିଡ କଟକଣା ଭିତରେ ଖୋର୍ଦ୍ଧା ଜିଲ୍ଲାର ପ୍ରତି ଶୈବପୀଠ ମାନଙ୍କରେ ପାଳିତ ହେଉଛି ମହାଶିବରାତ୍ରୀ । ଅଧିକ ପଢନ୍ତୁ...

ମହାଶିବରାତ୍ରି
ମହାଶିବରାତ୍ରି

By

Published : Mar 11, 2021, 12:27 PM IST

Updated : Mar 11, 2021, 1:00 PM IST

ଖୋର୍ଦ୍ଧା: ଆଜି ହେଉଛି ମହାଶିବରାତ୍ରୀ । ମହାଦେବଙ୍କର ଏହି ଦିନଟିର ବିଶେଷ ମହିମା ରହିଛି । ଶିବଶଙ୍କରଙ୍କ ପୀଠରେ ଆଜି ଭକ୍ତମାନେ ଅତି ଶ୍ରଦ୍ଧାର ସହ ଆଜି ପୂଜାର୍ଚ୍ଚନା କରିଥାନ୍ତି । କୋରୋନା କଟକଣା ଭିତରେ ଖୋର୍ଦ୍ଧା ଜିଲ୍ଲାର ପ୍ରତିଟି ଶୈବପୀଠ ଭକ୍ତମୟ ହୋଇଛି ।

ଜାଗରରେ ଭକ୍ତମୟ ଶୈବପୀଠ

ମହାଶିବରାତ୍ରୀ ବା ଜାଗର ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଛି । କୋରୋନା କଟକଣା ମାନି ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ସେହିପରି ଏକାଦଶ ରୁଦ୍ର ହଟନାଥ ହଟକେଶ୍ବରଙ୍କ ପୀଠରେ ପ୍ରଭୁଙ୍କର ରୀତିନୀତି ଅନୁଯାୟୀ ପୂଜା ଚାଲିଥିବା ବେଳେ କୋରୋନାକୁ ଦୃଷ୍ଟିରେ ରଖି ଏକାଠି ବସି ଦୀପ ଜାଳିବା ଉପରେ କଟକଣା ଲାଗୁ କରିଛି ଜିଲା ପ୍ରଶାସନ ।

କୋରାେନା ନିୟମ ମାନି ସମସ୍ତ ଭକ୍ତ ଭକ୍ତି ଓ ବିଶ୍ବାସରେ ଶିବ ପଞ୍ଚାକ୍ଷର ମନ୍ତ୍ର ଜପକରି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ଫିକା ଫିକାରେ ପାଳିତ ହେଉଛି ଶିବରାତ୍ରୀ । ରୀତିନୀତିରେ କୌଣସି ବ୍ୟତିକ୍ରମ ଦେଖାଯାଇ ନାହିଁ । ବର୍ତ୍ତମାନ ମନ୍ଦିରରେ ସାହାଣ ମେଲା ଦର୍ଶନ ଲାଗି ରହିଛି । ରାତି 10ଟାରୁ 11ଟା ଭିତରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 11, 2021, 1:00 PM IST

ABOUT THE AUTHOR

...view details