ଓଡିଶା

odisha

ETV Bharat / state

ନୂଆବର୍ଷରେ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ - ଲିଙ୍ଗରାଜଙ୍କ ଦର୍ଶନ

Devotees at Lingaraj Temple: ନୂଆବର୍ଷରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସିଛନ୍ତି ଭକ୍ତ । ଅଧିକ ପଢନ୍ତୁ

devotees at lingaraj temple
ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

By ETV Bharat Odisha Team

Published : Jan 1, 2024, 5:04 PM IST

ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ନୂଆବର୍ଷର ଶୁଭାରମ୍ଭ କଲେ ଭକ୍ତ । ଆଜି ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭକ୍ତମାନେ ଫୁଲ, ଦୀପ ଓ ଭୋଗ କିଣି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଲିଙ୍ଗରାଜଙ୍କ ଦର୍ଶନରୁ ବର୍ଷ ଆରମ୍ଭ କଲେ ବର୍ଷସାରା ଶୁଭଫଳ ମିଳେ ବୋଲି ବିଶ୍ବାସ ରହିଛି । ଏହି ବିଶ୍ବାସରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଲିଙ୍ଗରାଜ ମନ୍ଦିରକୁ ଭକ୍ତମାନଙ୍କ ସୁଅ ଛୁଟିଛି ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ନୂଆବର୍ଷର ପ୍ରଥମ ଦିନକୁ ଆରମ୍ଭ କରିବା ପାଇଁ ଭକ୍ତମାନେ ଅନୁଚିନ୍ତା କରି ମନ୍ଦିର ଆସିଥିବା କହିଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଫୁଲ ଓ ବେଲପତ୍ର ଚଢାଇଛନ୍ତି ଭକ୍ତ ।


ବର୍ଷ ଆରମ୍ଭର ପ୍ରଥମ ଦିନ ଅନେକ ଗୁରୁତ୍ବ ବହନ କରିଥାଏ । ପ୍ରଥମ ଦିନର ଆରମ୍ଭ ଯଦି ଭଲ ହୋଇଥାଏ ତେବେ ବର୍ଷ ସାରା ସମୟ ଭଲରେ କଟିଥାଏ ବୋଲି ସମସ୍ତଙ୍କର ବିଶ୍ବାସ ରହିଛି। ଖାସ କରି ପ୍ରଥମ ଦିନରେ ଇଶ୍ବର ଦର୍ଶନକୁ ପ୍ରାଧାନ୍ୟ ଦେଇଥାନ୍ତି ଭକ୍ତ । ମହାପ୍ରଭୁଙ୍କ ନିକଟରେ ମାନସିକ ରଖନ୍ତି । ଆଉ ମନସ୍କାମନା ପୂରଣ ହେଲେ ପୂଜାର୍ଚ୍ଚନା କରିଥାନ୍ତି । ଆଜି ସକାଳୁ ସକାଳୁ ଗାଧୋଇ ପାଧୋଇ ଲମ୍ବାଧାଡିରେ ଛିଡା ହୋଇଥିଲେ ଭକ୍ତ । ସାମାନ୍ୟ ଗହଳି ଲାଗି ରହିଥିଲା ମନ୍ଦିର ଆଗରେ ।

ଏହା ମଧ୍ୟ ପଢନ୍ତୁ...ନବବର୍ଷ ଆରମ୍ଭରେ ମାଆଙ୍କ ଦର୍ଶନ ଆଶା, ମାଣିକେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ , ଧୋତି ପିନ୍ଧାଇଲେ ସେବାୟତ

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷ ୨୦୨୪: ବନ୍ଧୁ ପରିଜନକୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲ ଦୋକାନରେ ଭିଡ

ଭକ୍ତ କହିଛନ୍ତି, "ବର୍ଷର ଶୁଭାରମ୍ଭ ଲିଙ୍ଗରାଜ ଦର୍ଶନରୁ କରିବା ଆଶାରେ ମନ୍ଦିରକୁ ଆସିଛୁ। ଏହି ବର୍ଷ ସମସ୍ତଙ୍କ ଜୀବନ ଆନନ୍ଦ ଉଲ୍ଲାସରେ ଭରିଦେଉ ।" ଏହା କାମନା କରି ଖାଲି ରାଜ୍ୟର ଭକ୍ତ କାହିଁକି ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସିଥିବା ଦେଖିବାକୁ ମିଳିଛି । ନୂଆ ଉଦ୍ଦିପନା, ନୂଆ ଉତ୍ସାହ ସହିତ ନବବର୍ଷର ଆଗମନକୁ ସ୍ବାଗତ କରି ମହାପ୍ରଭୁ ଲିଙ୍ଗରାଜଙ୍କ ଆଶିର୍ବାଦ ଲୋଡ଼ିଛି ଭକ୍ତ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ବର୍ଷ ସମସ୍ତଙ୍କ ମନରେ ଖୁସି ଆଣୁ, ଜୀବନରେ ଆନନ୍ଦ ଭରିଦେଉ ଏହା କାମନା କରି ଲିଙ୍ଗରାଜଙ୍କ ଭକ୍ତମାନେ ପୂଜାର୍ଚ୍ଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details