ଓଡିଶା

odisha

ETV Bharat / state

ଫୋକସ୍‌ରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ, ୨୮୦ ପ୍ରକଳ୍ପକୁ ଅନୁମୋଦନ - ୨୮୦ ପ୍ରକଳ୍ପକୁ ଅନୁମୋଦନ ଦେଲା ଉଚ୍ଚ କ୍ଷମତା ସମ୍ପନ କମିଟି

ଗାଁ ଗହଳିରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୩୯୨୧.୭୮ କୋଟି ଟଙ୍କାର ୨୮୦ଟି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି । ଏହା ନାବାର୍ଡରୁ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍‍) ଯୋଜନା ଜରିଆରେ ସହାୟତା ଆଣିବା ପାଇଁ ସ୍ଥିରିକୃତ ହୋଇଛି । ଅଧିକ ପଢନ୍ତୁ

ଫୋକ୍ସରେ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ, ୨୮୦ ପ୍ରକଳ୍ପକୁ ଅନୁମୋଦନ
ଫୋକ୍ସରେ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ, ୨୮୦ ପ୍ରକଳ୍ପକୁ ଅନୁମୋଦନ

By

Published : Oct 27, 2022, 7:05 AM IST

ଭୁବନେଶ୍ବର: ଗାଁ ଗହଳିରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୩୯୨୧.୭୮ କୋଟି ଟଙ୍କାର ୨୮୦ଟି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି । ଏହା ନାବାର୍ଡରୁ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍‍) ଯୋଜନା ଜରିଆରେ ସହାୟତା ଆଣିବା ପାଇଁ ସ୍ଥିରିକୃତ ହୋଇଛି ।

ଏହିସବୁ ପ୍ରକଳ୍ପକୁ ନାବାର୍ଡ ପକ୍ଷରୁ ରାଜ୍ୟ ପାଇଁ ଗ୍ରାମ୍ୟ ଭିତ୍ତିଭୂମି ସହାୟତା (ଆରଆଇଏଏସ) ଅଧିନରେ ମଞ୍ଜୁରୀ ମିଳିଛି । ତେବେ ଏହି ଯୋଜନାରେ ସୁଧ ହାର ଅଧିକ ରହୁଥିବାରୁ ପ୍ରକଳ୍ପ ଗୁଡିକ ଆରଆଇଡିଏଫ୍‍ ଅଧିନକୁ ଆଣିବା ପାଇଁ ସ୍ଥିର ହୋଇଛି । ଆରଆଇଏଏସ୍‍ ଅଧିନରେ ମଞ୍ଜୁର ପ୍ରକଳ୍ପ ଗୁଡିକ ଏବେ ଆରଆଇଡିଏଫ୍‍ ଅଧିନକୁ ଆସିବ । ତେବେ ଜିଏସ୍‍ଟି ବୃଦ୍ଧି ଯୋଗୁଁ ପ୍ରସ୍ତୁତ ହୋଇଥିବା ୨୮୦ ପ୍ରକଳ୍ପର ବ୍ୟୟ ଭାର ୩୭୯୨.୨୧ କୋଟି ଟଙ୍କାରୁ ୩୯୨୧.୭୮ କୋଟି ଟଙ୍କାକୁ ବଢିଛି । ବର୍ତ୍ତମାନ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ୨୮୦ଟି ପ୍ରକଳ୍ପକୁ ମଞ୍ଜୁର କରିଥିବାବେଳେ ଏଥି ମଧ୍ୟରେ ପୂର୍ତ୍ତ ବିଭାଗର ୬୦ଟି ସଡକ ଏବଂ ସେତୁ ପ୍ରକଳ୍ପ ରହିଛି ଯାହାର ବ୍ୟୟ ଅଟକଳ ୧୬୨୭.୦୧ କୋଟି ଟଙ୍କା ।

ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ୧୧୬୩.୬୬ କୋଟି ଟଙ୍କାର ମୂଲ୍ୟର ୨୦୫ଟି ପ୍ରକଳ୍ପ ରହିଥିବାବେଳେ ଜଳସମ୍ପଦ ବିଭାଗର ୧୦ଟି ଆଡିବନ୍ଧ ପ୍ରକଳ୍ପର ମୂଲ୍ୟ ୧୧୩୧.୧୧ କୋଟି ଟଙ୍କା । ୨୦୨୨-୨୩ ଅତିରିକ୍ତ ବଜେଟ୍‍ର ଆରଆଇଏଏସ୍‍ ପାଇଁ ବରାଦ ଅର୍ଥକୁ ଆରଆଇଡିଏଫ୍‍ରେ ବ୍ୟବସ୍ଥା କରିବାଲାଗି ସମ୍ପୃକ୍ତ ବିଭାଗ ଗୁଡିକୁ କୁହାଯାଇଛି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ମଧ୍ୟ ଆରଆଇଡିଏଫ୍‍ ଯୋଜନା ଅଧିନରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର କଟକ ଜିଲ୍ଲା ଅରିଲୋରେ ଦୈନିକ ୫ ଲକ୍ଷ ଲିଟର ସ୍ୱୟଂକ୍ରିୟ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ଲାଗି ୨୭.୭୭ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କମିଟି ମଧ୍ୟ ଅନ୍ୟ ୮ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ୪୮୨.୫୯କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ପୁରୁଣା ଓ ତିନିଟି ନୂଆ ପ୍ରକଳ୍ପ ରହିଛି ।

ପୁରୁଣା ପ୍ରକଳ୍ପର ମୂଲ୍ୟ ୨୯୩.୦୮ କୋଟି ଓ ନୂଆ ପ୍ରକଳ୍ପର ମୂଲ୍ୟ ୧୮୯.୫୧ କୋଟି ଟଙ୍କା । ଏହିସବୁ ପ୍ରକଳ୍ପ ଆରଆଇଡିଏଫ୍‍ ଯୋଜନା ଅଧିନରେ ଜଳ ଜୀବନ ମିଶନରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ । ଆରଆଇଡିଏଫ୍‍ ଅଧିନରେ କାର୍ଯ୍ୟକାରୀ ପ୍ରକଳ୍ପକୁ ତ୍ୱରାନ୍ୱିତ ଲାଗି ପ୍ରତିମାସରେ ସମୀକ୍ଷା ବୈଠକ କରିବାକୁ ଉନ୍ନୟନ କମିଶନର ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details