ଓଡିଶା

odisha

ETV Bharat / state

ଉନ୍ନୟନ କମିଶନରଙ୍କ କୃଷି ପ୍ରକଳ୍ପ ସମୀକ୍ଷା, କାର୍ଯ୍ୟକାରିତା ଓ ସଫଳତା ନେଇ ଆଲୋଚନା - କାର୍ଯ୍ୟକାରିତା ଓ ସଫଳତା ନେଇ ଆଲୋଚନା

ରାଜୀବ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଉନ୍ନୟନ କମିଶନର । ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଅଧିକ ପଢନ୍ତୁ

anu garg reviews projects
ଉନ୍ନୟନ କମିଶନରଙ୍କ କୃଷି ପ୍ରକଳ୍ପ ସମୀକ୍ଷା

By ETV Bharat Odisha Team

Published : Sep 22, 2023, 9:38 PM IST

ଭୁବନେଶ୍ବର: ଉନ୍ନୟନ କମିଶନର ଅନୁ ଗର୍ଗ ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା କରିଛନ୍ତି । ରାଜୀବ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଉନ୍ନୟନ କମିଶନର । ସମୀକ୍ଷା ବୈଠକରେ ପ୍ରକଳ୍ପ କାର୍ଯ୍ୟକାରିତା, ସଫଳତା, ଆହ୍ୱାନ ଏବଂ ଆଗାମୀ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଛି । ସଫଳ କାହାଣୀଗୁଡ଼ିକର ପ୍ରାମାଣିକ ତଥ୍ୟ ରଖିବା ସହିତ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି ।

କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଜଳ ଉପଯୋଗିତାରେ ଉନ୍ନତି, ସଂସ୍ଥାଗତ ଦକ୍ଷତା ସୁଦୃଢ଼ୀକରଣ ଓ ପ୍ରକଳ୍ପ ପରିଚାଳନା ଆଦି ୪ ଟି ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱ ଦେଇ କୃଷି ଉତ୍ପାଦନକୁ ତ୍ୱରାନ୍ୱିତ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପୋଖରୀ, ଜଳାଶୟ ଓ ଜଳସେଚନରେ ଉନ୍ନତି ଆଣିବା ସହିତ ଜଳସେଚନ ସେବାର ଗୁଣବତ୍ତା ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ଉପକୃତ କରିବା ପାଇଁ ଏହି ପ୍ରକଳ୍ପ ଜଳ, କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଚାଷ କ୍ଷେତ୍ରର ଆନ୍ତଃକ୍ଷେତ୍ରୀୟ ସମନ୍ୱୟ ଗ୍ରହଣ କରୁଛି । ଏହଦ୍ବାରା ହାରାହାରି ଅମଳ, ବଜାର ଯୋଗ୍ୟ ଉତ୍ପାଦନ, ବିବିଧ ଆୟ ଓ ଜଳବାୟୁ ସ୍ଥିରତା ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟକାରୀ କରାଯାଉଛି ।



ସେହିଭଳି ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ନଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହାସହ କ୍ଷୁଦ୍ର ଜଳସେଚନ ପାଇଁ ସୌର ପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀ ପୋଖରୀରେ ଭୂତଳ ଜଳ ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରହିଛି । ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାର ଅନୁକୂଳନ, ଗୋଷ୍ଠୀ ପୋଖରୀର ନବୀକରଣ, ଜଳସେଚନ ପାଇଁ ସୌର ପମ୍ପର ଏକକୀକରଣ, ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ଇତ୍ୟାଦି ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ରହିଛି । ଉଭୟ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ।

ଏହା ବି ପଢନ୍ତୁ...ବିକାଶ ଧାରାରେ ସାମିଲ ହେବେ ସମ୍ବଲପୁରର ଗୋପାଳକ, ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପ ଅନୁମୋଦନ



ସ୍ମାର୍ଟ ଭିଲେଜ ନିର୍ମାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗର ଆବଶ୍ୟକତା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଛନ୍ତି । ନାବାର୍ଡର ଜେନେରାଲ ମ୍ୟାନେଜରଙ୍କ ସମେତ କୃଷି ଓ କୃଷି ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, OIIPCRAର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାପାଳ, ସହଯୋଗୀ ସଂଗଠନ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details