ଖୋର୍ଦ୍ଧା:ଜିଲ୍ଲା ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ହେରଫେର ମାମଲା । ଏହି ଘୋଟଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ । ଅଭିଯୁକ୍ତମାନେ ଧରା ପଡିଯିବା ପରେ ସବୁ ଦୋଷ ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କ ମୁଣ୍ଡରେ ଲଦି ଦେଇଛନ୍ତି ବ୍ୟାଙ୍କର ବଡ଼ ବାବୁମାନେ ।
ତାହା ଏବେ ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଏଗ୍ରିମେଣ୍ଟ ପେପରକୁ ଯେଉଁଥିରେ ରାଉତପଡା ସମବାୟ ବ୍ୟାଙ୍କରେ ହୋଇଥିବା ଅର୍ଥ ହଡପ ଘଟଣାରେ ନିଜକୁ ଦାୟୀ କରିଛନ୍ତି ତତ୍କାଳୀନ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ । କିନ୍ତୁ ଏହି ଏଗ୍ରିମେଣ୍ଟ ପେପରକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସ୍ଥାନୀୟ ଜମାକାରୀ । ଅର୍ଥ ହେରଫେର ମାମଲାରେ ବ୍ୟାଙ୍କର ବଡ଼ ଅଧିକାରୀ ଫସିଯିବା ଭୟରେ ଏଭଳି ଏଗ୍ରିମେଣ୍ଟ କରି ଖସିଯିବାକୁ ହିନ ଚକ୍ରାନ୍ତ କରିଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।