ଓଡିଶା

odisha

ETV Bharat / state

ସମବାୟ ବ୍ୟାଙ୍କ କେଳେଙ୍କାରୀ ଘଟଣା, ବର୍ଷେ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ - ରାଉତପଡ଼ା ସମ୍ପ୍ରସାରିତ ଶାଖାରେ କେଳେଙ୍କାରୀ ଘଟଣା

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ହେରଫେର ମାମଲା । ଘଟଣାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଜମାକାରୀ । ଅଧିକ ପଢନ୍ତୁ

rautpada cooperative bank case
rautpada cooperative bank case

By

Published : Feb 4, 2023, 10:50 PM IST

rautpada cooperative bank case

ଖୋର୍ଦ୍ଧା :କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡ଼ା ସମ୍ପ୍ରସାରିତ ଶାଖାରେ କେଳେଙ୍କାରୀ ଘଟଣା । ଅଭିଯୋଗକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜମାକାରୀ । ଗରିବ ଜମାକାରୀଙ୍କ ଦେଢ଼ କୋଟି ଜମା ଟଙ୍କା କେବେ ଜମାକାରୀ ଫେରିପାଇବେ ତାହା ଉପରେ ଏବେବି ଅନିଶ୍ଚିତତା ଲାଗି ରହିଛି । ଜମା ଟଙ୍କା ଫେରି ପାଇବା ଚିନ୍ତାରେ ଜମାକାରୀ ରହିଥିବା ବେଳେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ କୌଣସି ଫଳ ମିଳୁନାହିଁ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାରେ ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ଏହାସହ ଏହି ଠକେଇରେ ସମ୍ପୃକ୍ତ ଥିବା ତିନି କର୍ମଚାରୀଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚର EOW ଏବଂ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ତତ୍କାଳୀନ ବ୍ୟାଙ୍କ CEO । କିନ୍ତୁ ଅଭିଯୋଗ ସତ୍ୱେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବେଗୁନିଆ ପୋଲିସ 102/2022ରେ ଏକ ମାମଲା ରୁଜୁ କରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ଜମାକାରୀ । ଏହି ଆର୍ଥିକ ହେରଫେର ଘଟଣାରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯାଇ ତତ୍କାଳୀନ ବ୍ୟାଙ୍କ କର୍ମଚାରୀ ଶାନ୍ତିଲତା ଓଝା, ପ୍ରସନ୍ନ ତୋଷ ଓ ବୁଦ୍ଧିରାମ ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇ ବେଗୁନିଆ ଥାନା ଓ EOWରେ ଅଭିଯୋଗ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ କେଳେଙ୍କାରୀ, ଆନ୍ଦୋଳନ ଚେତାବନୀ ଦେଲେ ଜମାକାରୀ

ସେହିପରି ଜମାକାରୀମାନେ କୌଣସି ଅନ୍ୟ ଉପାୟ ନପାଇ ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟଳୟ ଓ ବେଗୁନିଆ ଥାନା ଘେରାଉ ମଧ୍ୟ କରିଥିଲେ । ସବୁଠାରୁ ନିରାଶ ହେବାପରେ ଜମାକାରମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଏହି ଘଟଣାରେ ପ୍ରସନ୍ନ ତୋଷ ଏବଂ ଶାନ୍ତିଲତା ଓଝା ଜାମିନ ପାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବୁଦ୍ଧିରାମ ଦାସଙ୍କୁ କୋର୍ଟ ଜାମିନ ମଞ୍ଜୁର କରିନଥିବା ବେଳେ କାହିଁକି ଏପର୍ଯ୍ୟନ୍ତ ତାଙ୍କୁ ପୋଲିସ ଗିରଫ କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ବୁଦ୍ଧିରାମ ଦାସଙ୍କୁ ଗିରଫ କରି ଜମାକାରୀଙ୍କ ଜମା ଅର୍ଥ ଫେରିପାଇବା ପାଇଁ ବ୍ୟବସ୍ଥା କରିବା ପାଇଁ 5ଟି ସଚିବ, ଗୃହ ସଚିବ, ଖୋର୍ଦ୍ଧା ଏସ୍ପି, ସମବାୟ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା କହିଛନ୍ତି ଜମାକାରୀ । ତେବେ ଘଟଣା ଜଣାପଡିବାକୁ ଏକ ବର୍ଷ ବିତିଥିଲେ ମଧ୍ୟ ଜମାଅର୍ଥ ଫେରି ପାଇବା ପାଇଁ କୌଣସି ପକ୍ରିୟା ଆରମ୍ଭ ହୋଇନଥିବା ଜମାଅର୍ଥ ଫେରିପାଇବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details