ଭୁବନେଶ୍ବର:ରାଜ୍ୟରେ ବଢ଼ିଛି ରାତିର ତାପମାତ୍ରା ଏବଂ ଜାରି ରହିଛି ଶୀତ ଲହରୀ । କେତେକ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସଙ୍କ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଧ୍ୟ ଏଭଳି କୁହୁଡି ଦେଖିବାକୁ ମିଳିବ। କଟକ, ନୟାଗଡ଼, ଫୁଲବାଣୀ, କୋରାପୁଟ ଓ ରାୟଗଡ଼ାରେ ଘନ କୁହୁଡି ହୋଇଥିଲା । ଭୁବନେଶ୍ୱରରେ ମଧ୍ୟ କିଛି କିଛି ସ୍ଥାନରେ କୁହୁଡି ହୋଇଛି । ଗତକାଲି(ଗୁରୁବାର) ରାଜ୍ୟରେ ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ, କୋରାପୁଟ ସବୁଠୁ ଥଣ୍ଡା ସହର ହୋଇଛି । ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଦାରିଙ୍ଗବାଡି ଓ ଜି. ଉଦୟଗିରିରେ ୯ ଡିଗ୍ରୀ, ସିମିଳିଗୁଡ଼ା ୧୦.୮ ଡିଗ୍ରୀ, ଫୁଲବାଣୀ ଓ କୋରେଇ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ନବରଙ୍ଗପୁରରେ ୧୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଟ୍ୱିନସିଟିରେ ମଧ୍ୟରାତ୍ରିରେ ତାପମାତ୍ରା ବୃଦ୍ଧି ଘଟିଥିବା ସୂଚନା ରହିଛି । ତେବେ ଗତକାଲି(ଗୁରୁବାର) ରାତିରେ ଭୁବନେଶ୍ୱରର ତାପମାତ୍ରା ୧୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ କଟକରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏଥିସହ ଆହୁରି ୩ ଦିନ କଲବଲ କରିବ ଘନ କୁହୁଡି । ଯାହାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆହୁରି ୩ ଦିନ ଘନ କୁହୁଡ଼ି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ବିଭିନ୍ନ ସ୍ଥାନରେ ଘନ କୁହୁଡି
Dense Fog in Odisha: ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡି । ଆସନ୍ତା ୩ ଦିନ ଯାଏଁ ମଧ୍ୟ ଏଭଳି କୁହୁଡି ଦେଖିବାକୁ ମିଳିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ
Published : Dec 29, 2023, 6:47 PM IST
ଏହା ମଧ୍ୟ ପଢନ୍ତୁ...କଲବଲ କରୁଛି ଶୀତ, ଅସ୍ତବ୍ୟସ୍ତ ଜନଜୀବନ
ଆସନ୍ତା ୨୪ ଘଣ୍ଟା ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତି, ଜଗତସିଂହପୁର,ସନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନାଗିରି ଏବଂ କୋରାପୁଟ ଜିଲ୍ଲା ଗୁଡ଼ିକରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଫଳରେ ଯାତାୟତରେ ସମସ୍ୟା ଉପୁଜୁଛି । ତେଣୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ସ୍ଥାନମାନଙ୍କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଥିସହ ଆସନ୍ତାକାଲି ପାଇଁ ୧୦ ଜିଲ୍ଲା ଓ ୩୧ ତାରିଖରେ ୧୮ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ରହିଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଇଟିଭି ଭାରତ, ଭୁବନେଶ୍ବର