ଭୁବନେଶ୍ବର: ବିଜେପିର ଅଭିନବ ପ୍ରତିବାଦ। ମଶାରୀ ଟାଙ୍ଗି ପ୍ରତିବାଦ କଲେ ବିଜେପି କର୍ମୀ । ଆଜି ଜିଲ୍ଲା ବିଜେପି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଏମସି ଅଫିସ ଘେରାଉ କରିବା ସହ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛନ୍ତି।
ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଡେଙ୍ଗୁ ନିୟନ୍ତ୍ରଣରେ ପ୍ରଶାସନ ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଏମସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ମାନେ। ରାଜଧାନୀରେ ଯଦି ଏଭଳି ଅବସ୍ଥା, ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ହୋଇଥିବ । ଗତବର୍ଷ ମଶା ପାଇଁ ଡ୍ରୋନ ବ୍ୟବସ୍ଥା କରିଥିଲେ ହେଲେ ସିଏ କୁଆଡେ ଗଲା। ଗତବର୍ଷ ବି ଡେଙ୍ଗୁ ନିୟନ୍ତ୍ରଣ ବାହାରେ ଥିଲା ଏବର୍ଷ ମଧ୍ୟ ସେୟା ହେବ। ରାଜଧାନୀରେ ଦୁଇଟି ମୁଣ୍ଡ ଗଡ଼ିଲାଣି। କେବେ ସଚେତନ ହେବ ପ୍ରଶାସନ। ବିଜେପି ମୁଖପାତ୍ର ଦୀଲିପ ମହାନ୍ତି କହିଛନ୍ତି, ଆମେ ତାଗିଦ କରିଛୁ ମେୟର ଏବଂ କମିଶନରଙ୍କୁ । ଯେତେବେଳେ ନିୟନ୍ତ୍ରଣ ନେଡି ଗୁଡ କହୁଣୀକୁ ଧରିବ ସେତେବେଳେ ଜାଣିବେ।
ଏହାବି ପଢନ୍ତୁ- ନିଜ ଅପାରଗତା ଲୁଚାଇବାକୁ ଡେଙ୍ଗୁ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର: ବିଜେପି