ଭୁବନେଶ୍ବର:ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ଘରେ ଘରେ ଚିହ୍ନଟ ହେଲେଣି ଡେଙ୍ଗୁ ଆକ୍ରାନ୍ତ । ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜଧାନୀରେ ଡେଙ୍ଗୁ ମୁକାବିଲା ପାଇଁ ଘର ଘର ସମ୍ପର୍କ ଅଭିଯାନ ପୁଣି ଆରମ୍ଭ କରିଛି ବିଏମସି । ଲୋକଙ୍କୁ ସଚେତନ କରିବାକୁ କାଲି(ମଙ୍ଗଳବାର)ଠୁ ୭ ଦିନ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଏମସି । ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ ସଚେତନ କରୁଛନ୍ତି । ଲୋକଙ୍କୁ ବୁଝାଇବା ସହ ଡେଙ୍ଗୁକୁ ପ୍ରତିହତ କରିବାର ବିଭିନ୍ନ ପଦକ୍ଷେପକୁ ଆପଣାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ।
ଅନ୍ୟପଟେ ଡେଙ୍ଗୁର ସଚେତନତା ଓ ନିରାକରଣକୁ ନେଇ ବିଏମସି କମିଶନର କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ଟେଷ୍ଟ ସଂଖ୍ୟା ଆମେ ବଢା଼ଉଛୁ । ଗୋଟିଏ ଦିନରେ ୭୦୦ ଡେଙ୍ଗୁ ଟେଷ୍ଟ କରାଯାଉଛି । ଟେଷ୍ଟ ବଢୁଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟ ବି ବଢୁଛି । ଟିପିଆର ସଂଖ୍ୟା ବି ବଢୁଛି । ବର୍ତ୍ତମାନ ଅଧିକ ସାଧାରଣ ଜର ପରୀକ୍ଷାରୁ ପରିଲିକ୍ଷିତ ହେଉଥିବା ବେଳେ ଧିରେ ଧିରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ସଂଖ୍ୟା କମିଛି । ତେଣୁ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ଦୁଇଟି ଦିଗ ସଚେତନତା ସହ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଇଛି । ତେବେ ସଚେତନାର ଅଧିକ ଆବଶ୍ୟକତା ରହିଥିବା ବେଳେ ସ୍କୁଲରେ ସଚେତନତା ଜାରି ରହିବା ସହ ୱାର୍ଡରେ ଜାରି ରହିଛି । ଏଥିପାଇଁ ଘର ଘର ସମ୍ପର୍କ ଅଭିଯାନ ପୁଣି ଆରମ୍ଭ ହୋଇଛି । ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ ମାନେ ସଚେତନ କରିଛନ୍ତି ।
ଅନ୍ୟପଟେ ଡେଙ୍ଗୁର ନିରାକରଣ କାର୍ଯ୍ୟକୁ ତ୍ୱରାନିତ୍ଵ କରିବା ପାଇଁ ପୂର୍ବରୁ ୫ଟା ମେକାନିକାଲ ଫଗିଙ୍ଗ ମେସିନ ଆସିଥିବା ବେଳେ ଗତକାଲି ୫ଟି ଓ ଆଗକୁ ପରେ ସପ୍ତାହରେ ଆହୁରି ୧୦ ଆସିବ । ଏହିକ୍ରମରେ ୧୦ ଟି ନୂତନ ଜ୍ଞାନ କୋୖଶଳର ଫଜିଙ୍ଗ ମେସିନ ଦ୍ୱାରା ଭୁବନେଶ୍ୱରେ ଧୂଆଁ ଛଡ଼ାଯିବ । ଏହାସହ ୱାର୍ଡ ଗୁଡିକରେ ବ୍ୟାଟେରୀ ଅପେରେଟେଡ଼ ମେସିନ ବି ଦିଆଯାଇଛି । ସଂଖ୍ୟା ବଢିବା ସହ ଆମେ ପ୍ରସ୍ତୁତ ଥିବା ବେଳେ ଲୋକଙ୍କୁ ନିରାକରଣର ସହଭାଗିତା ହୋଇ ଅପରିଷ୍କାର ସ୍ଥାନକୁ ସଫା ଓ ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରିଛନ୍ତି ବିଏମ୍ସି କମିଶନର ।
ଏହି ମଧ୍ୟ ପଢନ୍ତୁ..Dengue Menace: ‘ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଗଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ’