ଓଡିଶା

odisha

ETV Bharat / state

କୋର୍ଟଙ୍କ ନିର୍ଦ୍ଦେଶ ପରେ ଚିଲିକାରୁ ହଟିଲା ଚିଙ୍ଗୁଡ଼ି ଘେରି - ଚିଲିକାରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଭୂଷଣ୍ଡପୁର ଜଗନ୍ନାଥପୁର ମୌଜାରେ ଚିଲିକାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆରମ୍ଭ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଚାଲିଛି । ଶୁକ୍ରବାର ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Nov 21, 2019, 8:58 PM IST

ଖୋର୍ଦ୍ଧା: ଟାଙ୍ଗୀ ବ୍ଲକ୍ ଭୂଷଣ୍ଡପୁର ଜଗନ୍ନାଥପୁର ମୌଜାରେ ଚିଲିକାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆରମ୍ଭ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଚିଙ୍ଗୁଡ଼ି ଘେରି ଗୁଡିକର ଉଚ୍ଛେଦ ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚିଲିକା ମଧ୍ୟରେ ଦୀର୍ଘଦିନରୁ ଚିଙ୍ଗୁଡ଼ି ଘେରି ନିର୍ମାଣ କରିବା ସହ ଘେରି ମଧ୍ୟରେ ମଲା ଜୀବଜନ୍ତୁ ଓ ରାସାୟନିକ ଔଷଧ ପକାଇ ଜଳକୁ ଦୂଷିତ କରାଯାଉଥିଲା । ଏପରିକି ଚିଲିକା ମଧ୍ୟରେ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆଜିର ଏହି ଉଚ୍ଛେଦ ପ୍ରକ୍ରିୟାରେ ଟାଙ୍ଗୀ ତହସିଲଦାର ଓ ଚିଲିକା ତହସିଲଦାର ଉପସ୍ଥିତ ଥିବା ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶୁକ୍ରବାର ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details