ଖୋର୍ଦ୍ଧା: ଜିଲ୍ଲାରେ ଏବେ ସୁ୍ଦ୍ଧା ଗୋଟିଏ ବି ମଣ୍ଡି ଖୋଲାଯାଇ ନାହିଁ । ଚାଷୀକୁ ସବୁବେଳେ ହତାଦର କରାଯାଉଛି । ଚାଷୀର କଥା ବୁଝିବାକୁ କେହି ନହିଁ । ଚାଷୀରେ ଅସୁବିଧାକୁ ବୁଝି ଶୀଘ୍ର ଧାନମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଚାଷୀ ।
ଧାନମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଖୋର୍ଦ୍ଧାରେ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...
କୋରୋନା ସମୟରେ ବହୁତ କଷ୍ଟରେ ଚାଷୀ ଚାଷ କରିଛି । ହେଲେ ଏପଟେ ଜିଲ୍ଲାରେ ଗୋଟିଏ ବି ମଣ୍ଡି ଖୋଲା ନଯିବାରୁ ଚିନ୍ତାରେ ଚାଷୀ । ଅନ୍ୟପଟେ ହାତୀଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢାଇଛି । ତେଣୁ ଯେତେ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଦାବି କରିଛି ଭାରତୀୟ କିଷାନ ସଘଂ । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କିଷାନ ସଙ୍ଘ । ଧାନର ଉପଯୁକ୍ତ ଦାମ ଦେଇ ଧାନ କିଣିବା ସହିତ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ଚାଷୀ । ମଣ୍ଡିରେ ଚାଷୀଙ୍କୁ ତାର ହକ ନମିଳିଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କିଷାନ ସଙ୍ଘ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ