ଖୋର୍ଦ୍ଧା: ରାଜ୍ୟରେ ଜଳ ସମ୍ପଦ ଅଭାବ ନାହିଁ, ଏଠାରେ ଭିନ୍ନ ସ୍ଥାନରେ ମଧୁର ଜଳ ଓ ଖାରି ପାଣିରେ ମାଛଚାଷ ହୋଇଆସୁଛି । ତନ୍ମଧ୍ୟରୁ ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକା ହେଇଛି ଅନ୍ୟତମ । ଏହାର ଖାରି ପାଣି ବହୁ ପ୍ରଜାତି ମାଛ ଏବଂ ଜଳଜୀବଙ୍କ ପାଇଁ ଏକ ଅନୁକୂଳ ପରିବେଶ । ତେବେ ମଧୁର ଜଳରେ ଖଇଙ୍ଗା ମାଛ ଜାଆଁଳା ଓ ଉତ୍ପାଦନ ହୋଇନଥିବା ବେଳେ ଚିଲିକା ହ୍ରଦ ଖଇଙ୍ଗା ମାଛ ହବ୍ ଭାବେ ପରିଚିତ ।
ଚିଲିକାରେ ବଢୁଛି ଖଇଙ୍ଗା ମାଛ ମାଞ୍ଜିର ଡିମାଣ୍ଡ ଚିଲିକାରେ ଡିମାଣ୍ଡରେ ଖଇଙ୍ଗା ମାଛ
ଜିଲ୍ଲା ମାଛ ମତ୍ସ୍ୟ ସମ୍ପଦ ବିଭାଗ ଅଧିକାରୀ ଶଶାଙ୍କ ସାହୁଙ୍କ ସୂଚନା ଅନୁଯାୟୀ, ‘‘ଚିଲିକା ହ୍ରଦରେ ଖଇଙ୍ଗା ମାଛ ପ୍ରତି ମାସରେ ଅତି କାମରେ ୧୬ ମେଟ୍ରିକ୍ ଟନ୍ ହୋଇଥାଏ । ଏଠାକାର ମାଛ ଚାଷୀ କିଲୋ ପ୍ରତି ୪ଶହ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି କରି ଥାଆନ୍ତି । ମୁଖ୍ୟତଃ ଏ ପ୍ରକାର ମାଛ ଚିଲିକା ହ୍ରଦ ଉପକୂଳ ଅଞ୍ଚଳ ବାଲୁଙ୍ଗା, ସାତପଡା, କାଳୁପଡା, ସୋରଣ ଅଞ୍ଚଳରେ ବହୁଳ ପରିମାଣରେ ବିକ୍ରି ହେବା ଦେଖିବାକୁ ମିଳୁଛି । ଖାଲି ମାଛ ନୁହେଁ ବରଂ ଏହାକୁ ଶୁଖୁଆ କରି ମାଛ ଧରାଳିମାନେ ପ୍ରତ୍ୟେକ ଦିନ ସକାଳ ପସରା ମେଲାଇଥାନ୍ତି । କିନ୍ତୁ ଏଠାରେ ମାଛ ଓ ଶୁଖୁଆ ବେପାରୀଙ୍କ ଠାରୁ ଖଇଙ୍ଗା ମାଛ ନେବାକୁ ସ୍ଥାନୀୟ ଲୋକଙ୍କ ବେଶ୍ ଭିଡ ଜମିଥାଏ । ’’
ମାଛଠୁ ମଞ୍ଜି ଦାମ୍ 4 ଗୁଣା ଅଧିକ
ଅନ୍ୟପଟେ ବାଲୁଗାଁର ମାଛ ବଜାରରେ ଖଇଙ୍ଗା ମାଛ ମଞ୍ଜି ବିକ୍ରି ହେବା ଦେଖାଯାଉଛି । ମାତ୍ର ଏହାର ମୂଲ୍ୟ ଯିଏ ଶୁଣୁଛି ତାର ହୋସ୍ ଉଡ଼ିଯାଉଛି, ମାଛ ଠାରୁ ମଞ୍ଜି ଦାମ ୪ ଗୁଣ ଅଧିକ ଟଙ୍କା । ଫଳରେ ସ୍ଥାନୀୟ ଲୋକମାନେ ମଞ୍ଜି ନେଉନଥିବା ବେପାରି ପ୍ରକାଶ କରିଛନ୍ତି । ଏନେଇ ଖଇଙ୍ଗା ମାଛ ମଞ୍ଜି ବେପାରୀ କହିଛନ୍ତି, "ଗୋଟିଏ ଖଇଙ୍ଗା ମାଛରୁ ଅତିବେଶୀରେ ୫୦ ରୁ ୧୦୦ ଗ୍ରାମ ମଞ୍ଜି ବାହାରିଥାଏ । ଏହି ମଞ୍ଜିକୁ ଲୁଣ ପକାଇ ଭଲଭାବରେ ଖରାରେ ଶୁଖାଇ ତାକୁ ବିକ୍ରି କରିଥାନ୍ତି । ଏହା କିଲୋ ପ୍ରତି ଦୁଇ ହଜାରରୁ ୨୨ ଶହ ଟଙ୍କା ବିକ୍ରି କରି କରାଯାଏ ।" ମାତ୍ର ଏତେ ଟଙ୍କାରେ ମଞ୍ଜି ନେବାକୁ ଲୋକେ ଅରାଜି ଥିବା ସେ କହିଛନ୍ତି ।
ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଖଇଙ୍ଗା ମଞ୍ଜି
ବିଶେଷକରି ଖଇଙ୍ଗା ମାଛ ମଞ୍ଜି ପୁରୀରେ ଅଧିକ ଚାହିଦା ରହିଥିବା ବ୍ୟବସାୟୀ କହିଛନ୍ତି । ପୁରୀକୁ ଅଧିକ ମାତ୍ରାରେ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଏହାର ବେଶି ଚାହିଦା ଥିବା ଥାଏ। ପର୍ଯ୍ୟଟକ ମାନେ ଫାଷ୍ଟ ଫୁଡ୍ ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ, ତେଣୁ ବଡ଼ ବଡ଼ ତାରକା ହୋଟେଲ ଗୁଡିକରେ ମାଛ ମଞ୍ଜିରେ ତିଆରି ଖାଦ୍ୟ ଖାଇବାକୁ ବିଦେଶୀ ପର୍ଯ୍ୟଟକ ମାନଙ୍କ ପସନ୍ଦ ଥିବା ଜଣାପଡିଛି ।
ଇଟିଭି ଭାରତ, ଖୋର୍ଦ୍ଧା