ଓଡିଶା

odisha

ETV Bharat / state

ଗୋଲଡେନ ବାବାଙ୍କ ସହଯୋଗୀ ଗିରଫ

ବହୁ ଚର୍ଚ୍ଚିତ ଗୋଲଡେନ ବାବା ଓରଫ ଜ୍ୟୋତି ରଂଜନ ବେଉରାଙ୍କ ସହଯୋଗୀ ଅଶ୍ବିନୀ କୁମାର ପ୍ରଧାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି

By

Published : Feb 15, 2019, 5:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗୋଲଡେନ ବାବା ଓରଫ ଜ୍ୟୋତି ରଂଜନ ବେଉରାଙ୍କ ସହଯୋଗୀ ଅଶ୍ବିନୀ କୁମାର ପ୍ରଧାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଶ୍ବିନୀର ଘର ବାଣପୁର ଖୋର୍ଦ୍ଧାରେ ବୋଲି ଜଣାପଡିଛି। ସୂଚନା ମୁତାବକ ବଡବିଲର ନାସନାଲ ଏଣ୍ଟରପ୍ରାଇଜର୍ସର ମାଲିକ ସି ଏସ ଗ୍ରେୱାଲଙ୍କ ସହ ୧୧୦ କୋଟି ଲୋନ ଦେବା ପାଇଁ ଏଗ୍ରିମେଣ୍ଟ କରିଥିଲେ ଗୋଲଡେନ ବାବା ।


ଏଥିପାଇଁ ସିକ୍ୟୁରିଟି ବାବଦରେ ୧୧ଟି ଚେକ ଇସ୍ଯୁ କରିଥିଲେ । ହେଲେ ଗୋଲଡେନ ବାବା ଓ ତାଙ୍କ ସହଯୋଗୀ ଅଶ୍ବିନୀ ପ୍ରଧାନ ୧୨କୋଟିର ଟଙ୍କାର ଏକ ଚେକ ଇସ୍ଯୁ ହୋଇଥିଲା । ହେଲେ ସେହି ଚେକକୁ ଟାମ୍ପରିଂ କରି ୧.୪.୨୦୧୮ରେ ଭୁବନେଶ୍ବର ଆରବିଏଲ ବ୍ୟାଙ୍କରେ ଲଗାଇଥିଲେ ।


ଯାହାକି ନାସନାଲ ଏଣ୍ଟରପ୍ରାଇଜର୍ସର ମାଲିକଙ୍କୁ ଠକିବା ଉଦେଶ୍ଯରେ କରିଥିଲେ । ଏହି ଘଟଣା ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସିଏସ ଗ୍ରେୱାଲଙ୍କ ନଜରକୁ ଆସିବା ପରେ ଏନେଇ ନାସନାଲ ଏଣ୍ଟରପ୍ରାଇଜର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରାଯାଇଥିଲା ।


ଯାହାକୁ ଭିତ୍ତି କରି ଅଶ୍ବିନୀ ପ୍ରଧାନ ଗୋଲଡେନ ବାବାଙ୍କୁ ଠକେଇର ସହଯୋଗ କରିବା ଆଧାରରେ ଆଇପିସିର ଧାରା ୪୬୭,୪୬୮,୪୭୧,୪୨୦,୧୨୦ (ବି )ରେ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଏ ନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ତେବେ ପୂର୍ବରୁ ଗତ ୩୧.୧୨.୨୦୧୮ରେ ଗୋଲଡେନ ବାବା ଓରଫ ଜ୍ଯୋତି ରଂଜନ ବେଉରା ଗିରଫ ହୋଇ ଏବେ ବିଚାରବିଭାଗୀୟ ହାଜତରେ ଝାରପଡା ଜେଲରେ ଅଛନ୍ତି।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details