ଓଡିଶା

odisha

ETV Bharat / state

ବଢୁଛି ଶୁଖୁଆ ଚାହିଦା, ସଜେଇ ହେଉଛି ସାରୁଅ-ସୁନାଖଳା ବଜାର - Demand for the dry fish

ଓଡ଼ିଆ ଖାଦ୍ୟରେ ରହିଛି ଶୁଖୁଆର ସ୍ବତନ୍ତ୍ର ଚାହିଦା । ପୁଣି ଶୀତ ଦିନେ ତ ଏହାର ମଜା ଦୁଇଗୁଣ ବଢିଯାଏ । ସେଥିପାଇଁ ତ ଭଳିକି ଭଳି ଶୁଖୁଆ ଚାଙ୍ଗୁଡାରେ ସଜେଇ ହେଉଛି ଖୋର୍ଦ୍ଧା ଜିଲ୍ଲାର ଦୁଇ ପ୍ରସିଦ୍ଧ ବଜାର ସାରୁଅ ଆଉ ରାଜସୁନାଖଳା । ଅଧିକ ପଢନ୍ତୁ...

ବଢୁଛି ଶୁଖୁଆ ଚାହିଦା, ସଜେଇ ହଉଛି ସାରୁଅ ଆଉ ସୁନଖଳା ବଜାର
ବଢୁଛି ଶୁଖୁଆ ଚାହିଦା, ସଜେଇ ହଉଛି ସାରୁଅ ଆଉ ସୁନଖଳା ବଜାର

By

Published : Dec 6, 2020, 9:16 PM IST

ଖୋର୍ଦ୍ଧା: ପଖାଳ ସାଙ୍ଗକୁ ଶୁଖୁଆ ବେସର, ଓଡିଶାରେ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ । ସେ ଗାଁର ଚାଷୀ ହେଉ କି ସହରର ଅଫିସର, ଟିକିଏ ଶୁଖୁଆ ହୋଇଗଲେ ଥାଳିଏ ଭାତ ଆପେଆପେ ପେଟକୁ ଚାଲିଯାଏ । ଖାଲି ଯେ ପଖାଳ ବୋଲି ନୁହେଁ ବରଂ ଗରମ ଗରମ ଭାତ ସହ ବି ଶୁଖୁଆର ମଜା କିଛି ନିଆରା । ଓଡ଼ିଆ ଖାଦ୍ୟରେ ରହିଛି ଶୁଖୁଆର ସ୍ବତନ୍ତ୍ର ଚାହିଦା । ପୁଣି ଶୀତ ଦିନେ ତ ଏହାର ମଜା ଦୁଇଗୁଣ ବଢିଯାଏ । ସେଥିପାଇଁ ତ ଭଳିକି ଭଳି ଶୁଖୁଆ ଚାଙ୍ଗୁଡାରେ ସଜେଇ ହେଉଛି ଖୋର୍ଦ୍ଧା ଜିଲ୍ଲାର ଦୁଇ ପ୍ରସିଦ୍ଧ ବଜାର ସାରୁଅ ଆଉ ରାଜସୁନାଖଳା ।

ବଢୁଛି ଶୁଖୁଆ ଚାହିଦା, ସଜେଇ ହଉଛି ସାରୁଅ ଆଉ ସୁନଖଳା ବଜାର

ଜାତୀୟ ରାଜପଥ 57 ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଯିବାର ବାଟ କଡରେ ପଡେ ସାରୁଅ ଆଉ ସେଠାରୁ 15 କିମି ଯିବା ପରେ ପଡେ ରାଜସୁନଖଳା ବଜାର । ଆଉ ଏହି ବଜାର ଦୁଇଟି ଶୁଖୁଆ ମାର୍କେଟ ପାଇଁ ଏବେ ରହିଛି ନାଁ । ଏଠିକାର ବ୍ୟବସାୟୀ ବର୍ଷ ତମାମ ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରନ୍ତି ।

ଖାରପାଣିଆ, ଖଇଙ୍ଗା, କୋକଲି, ଚିଙ୍ଗୁଡ଼ି, ଚାନ୍ଦି, କଦଳିମଞ୍ଜ, ଖଙ୍ଗା, ଲାଞ୍ଜି, ବୋରାଗ, କାଉଆ, ପଥରମୁଣ୍ଡି, ଇଲିସି ମଞ୍ଜି, ଇଲିସ, ଲୁଣି ଆଦି 70 ରୁ 80 ପ୍ରକାରର ଶୁୁଖୁଆ ଧାଡ଼ିକି ଧାଡି ପସରାରେ ଥୁଆ ହୋଇଛି ରାସ୍ତା କଡ଼ରେ । ଆଉ ଲୋକଙ୍କ ପଲକ ପଡିଲେ ନନେଇ ଯାଇ ପାରିବେନି ଛାଡି । ଏବେ ଅନ୍ୟ ଦୋକାନ ଅପେକ୍ଷା ଶୁଖୁଆ ଦୋକାନରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ଼ । ଖାଲି ସେତିକି ନୁହେଁ ଏହି ସ୍ଥାନ ଅତିକ୍ରମ ବେଳେ ଶୁଖୁଆ ବାସ୍ନାରେ ରାଜପଥରେ ଅଟକିଯାଏ ଅନେକ ଗାଡି । ଏଠିକାର ବ୍ୟବସାୟୀ ବର୍ଷ ତମାମ ବିଭିନ୍ନ ପ୍ରକାରର ଶୁଖୁଆ ସୁଲଭ ମୂଲ୍ୟରେ ବିକ୍ରି କରନ୍ତି । 100, 200 ରୁ 1500, 2000 ଟଙ୍କା ପର୍ଯ୍ୟନ୍ତ ଶୁଖୁଆର ମୂଲ୍ୟ ରହିଥିବା ବ୍ୟବସାୟୀ କହିଛନ୍ତି ।

ବହୁ ଭେରାଇଟି ଆଉ ସତେଜ ଶୁଖୁଆ ମିଳୁଥିବାରୁ ଏହି ବଜାର ପ୍ରତି ଲୋକଙ୍କ ଚାହିଦା ରହିଥିବା ଉଭୟ ଗ୍ରାହକ ଆଉ ବ୍ୟବସାୟୀଙ୍କ ରହିଛି ମତ । ଶୀତୁଆ ଦିନକୁ ସରିଛି କାର୍ତ୍ତିକ ମାସ । ଭାତ ସହ ଶୁଖୁଆର ମଜା ଉଠାଇବାକୁ ଲୋକେ ଏବେ ଶୁଖୁଆ ମୁହାଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details