ଭୁବନେଶ୍ୱର:ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଗୋଟିଏ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ସାପଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ । ନନ୍ଦନକାନନ କର୍ତ୍ତୃପକ୍ଷ ମୃତ ସାପଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟକୁ ଆସିଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ଏହି ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ପରେ ପର୍ଯ୍ୟଟକ ନିରାଶ ।
ତେବେ ଏହି ସାପଟିର ବୟସ ପାଖାପାଖି ୧ ବର୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଆନାକୋଣ୍ଡା ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲା । ଗତକାଲି ରାତିରେ ହଠାତ୍ ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଥିଲା । ସାପଟି କିଛି ଖାଦ୍ୟ ମଧ୍ୟ ଖାଉନଥିଲା । ଦିନକୁ ଦିନ ସାପଟିର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଗୋଟିଏ ସ୍ଥାନରେ ରହୁଥିଲା । ହେଲେ ସାପଟିର ଚିକିତ୍ସା ଚାଲିଥିବା ସମୟରେ ଗତକାଲି ରାତିରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ଟି ବଡ ଓ ୫ଟି ଛୋଟ ଆନାକୋଣ୍ଡା ରହିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସାପଟିର କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି । ସାପଟିର ବ୍ୟବଚ୍ଛେଦ ରିପୋର୍ଟକୁ ଆସିଲା ପରେ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ.....୧୨ ବର୍ଷ ଅପେକ୍ଷାର ଅନ୍ତ, ନନ୍ଦନକାନନ ରୋପୱ ସେବା ଆରମ୍ଭ