ଖୋର୍ଦ୍ଧା: ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ଷ୍ଟେସନ ନିକଟରେ ସୋମବାର ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କାଳୁପଡା ବଜାର ସାହିର ହରିବନ୍ଧୁ ସୁଆରଙ୍କ ପୁଅ ନାଲ୍ଲା ସୁଆର ।
ଟ୍ରେନରେ କଟି ଯୁବକ ମୃତ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ - ଖୋର୍ଦ୍ଧା
କାଳୁପଡାଘାଟ ଷ୍ଟେସନ ନିକଟରେ ନାଲ୍ଲା ସୁଆରଙ୍କ ମୃତଦେହ ଉଦ୍ଧାର । ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଜାଣନ୍ତୁ ଅଧିକ ଖବର...
death
ତେବେ ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ