ଓଡିଶା

odisha

ETV Bharat / state

କଳିଙ୍ଗ ଷ୍ଟାଡିୟମ ଯିବ କଳ୍ପନାଙ୍କ ପାର୍ଥିବ ଶରୀର

ଶନିବାର ରାତି 8ଟା 55 ସୁଦ୍ଧା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ପାହାଡରାଣୀଙ୍କ ମରଶରୀର । କଳ୍ପନାଙ୍କ ପାର୍ଥିବ ଶରୀରକୁ କଳିଙ୍ଗ ଷ୍ଟାଡିୟମରେ ରାତି 9.30 ରୁ 10.30 ପର୍ଯ୍ୟନ୍ତ ରଖାଯିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।

ଫାଇଲ ଫଟୋ

By

Published : Jun 1, 2019, 2:35 PM IST

ଭୁବନେଶ୍ବର: ଏଭରେଷ୍ଟ ଆରୋହଣକାରୀ କଳ୍ପନାଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ବରରେ ପହଞ୍ଚିବ । ରାତି 8ଟା 55 ସୁଦ୍ଧା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ପାହାଡରାଣୀଙ୍କ ମରଶରୀର । କଳ୍ପନାଙ୍କ ପାର୍ଥିବ ଶରୀରକୁ କଳିଙ୍ଗ ଷ୍ଟାଡିୟମରେ ରାତି 9. 30 ରୁ 10. 30 ପର୍ଯ୍ୟନ୍ତ ରଖାଯିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।

ତେବେ ଶୁକ୍ରବାରଠାରୁ କାଠମାଣ୍ଡୁ ସ୍ଥିତ ଟି.ୟୁ ଟିଚ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବା ସହ କଳ୍ପନାଙ୍କ ମରଶରୀରକୁ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି । ଶନିବାର କଳ୍ପନାଙ୍କ ଶେଷ ଦର୍ଶନ ପାଇଁ କ୍ରୀଡା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details