ଓଡିଶା

odisha

ETV Bharat / state

ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି କଲେ ପରିବାର ଲୋକେ - ମୃତ ଦେହ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତ ପୁଆଣିଆ ଆମ୍ୱଗାଡିଆ ନିକଟ ଏକ ଚୂଆରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Apr 30, 2019, 10:00 AM IST

ଖୋର୍ଦ୍ଧା: ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତ ପୁଆଣିଆ ଗାଁରେ ଅଭାବନୀୟ ଘଟଣା । ପୁଆଣିଆ ଆମ୍ୱଗାଡିଆ ପାଖରେ ଥିବା ଏକ ଚୂଆରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ସନ୍ତୋଷ କୁମାର ପ୍ରଧାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାନୁଯାୟୀ, ସନ୍ତୋଷ ଦୁଇ ଦିନ ତଳୁ ନିଖୋଜ ରହିଥିବା ପରିବାର ପକ୍ଷରୁ ବୋଲଗଡ଼ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ମଙ୍ଗଳବାର ତାଙ୍କର ମୃତଦେହ ଚୁଆରେ ଭାସୁଥିବାର ଦେଖିବାକୁ ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ସନ୍ତୋଷ କିପରି ଭାବେ ଚୁଆରେ ପଡିଲେ ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ତାହାର ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details