ଖୋର୍ଦ୍ଧା:ପୋଖରୀରୁ ମିଳିଲା ନବ ବିବାହିତାଙ୍କ ମୃତଦେହ । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ବେଗୁନିଆ ଥାନା ଜାମୁ ସାହି ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ କିଛି ଦିନ ତଳେ ପରିଛଳ ଗ୍ରାମର ଲକ୍ଷ୍ମୀ ପିୟା ପାଖଗ୍ରାମ ଜାମୁସାହିର କାଳିଆ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ କିଛି ଦିନ ଭଲରେ ଚଳିବା ପରେ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ଜାମୁ ସାହି ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତଦେହକୁ ଗ୍ରାମବାସୀ ଦେଖି ବେଗୁନିଆ ଥାନାକୁ ଖବର ଦେଇଥିଲେ ।