ଖୋର୍ଦ୍ଧା:ଜିଲ୍ଲାର ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିନୂଆଗାଁ କେନାଲରେ ଆଜି (ଶନିବାର) ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି ।
ସୂଚନା ମୁତାବକ ଆଜି ଗ୍ରାମବାସୀମାନେ କେନାଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ହେଲେ ଶିଶୁଟି ମୃତ ବୋଲି ଜଣାପଡିଛି ।