ଖୋର୍ଦ୍ଧା: ଜିଲ୍ଲାର ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ଯୁବକଙ୍କୁ ହତ୍ୟା କରି କୂଅରେ ଫିଙ୍କି ଦେଇଥିବା ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକ ।
କୂଅରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା, ହତ୍ୟା ଅଭିଯୋଗରେ ରାସ୍ତାରୋକ - ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ
ଖୋର୍ଦ୍ଧା ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗରେ ରାସ୍ତାରୋକ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...
ସୂଚନାଅନୁସାରେ, ମୃତ ଯୁବକ ଗତ 9 ତାରିଖରେ ରମ୍ଭାବିଲ୍ଲୀ ଗ୍ରାମକୁ ଏକ ବିବାହ ବରଯାତ୍ରୀରେ ଆସି ଆଉ ଘରକୁ ଫେରି ନଥିଲେ । ତେବେ ଆଜି ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ନିରାକାରପୁରର ବିକାଶ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ତେବେ ପରିବାର ଲୋକ ଓ ଗ୍ରାମବାସୀ ହତ୍ୟା ଅଭିଯୋଗରେ ଜଙ୍କିଆ ରଣପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପି ଓ ଉପଜିଲ୍ଲାପାଳ ପହଞ୍ଚି ପରିବାର ଲୋକଙ୍କୁ ପତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ