ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ସହର । ଏନେଇ କୁନି କୁନି ପିଲାଙ୍କ ମୁହଁରେ ଟିକିଏ ହସ ଫୁଟିବା ପାଇଁ ବସ୍ତିରେ ଯାଇ ଦୀପାବଳି ପାଳିଲେ ଭୁବନେଶ୍ବର ଡିସିପି । ଦୁଇ ବର୍ଷର କରୋନା କଟକଣା ଯୋଗୁଁ ଦୀପାବଳି ପାଳନରୁ ବଞ୍ଚିତ ହେଉଥିଲେ ଲୋକେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ମୁକ୍ତ ହୋଇଥିବାରୁ ଏନେଇ ଚଳଚଞ୍ଚଳ ପୁରପଲ୍ଲୀ ।
ତେବେ ଅନ୍ୟପଟେ ଭୁବନେଶ୍ବର ଡିସିପି ବସ୍ତି ପିଲାଙ୍କ ସହ ପାଳିଲେ ଦୀପାବଳି । ଡିସିପିଙ୍କୁ ଦେଖି ପିଲାମାନେ ବେଶ ଖୁସି ହୋଇଥିବା ବେଳେ ନିଆରା ଢଙ୍ଗରେରେ ପାଛୋଟି ନେଇଥିଲେ । ଏନେଇ ଡିସିପି ପିଲାମାନଙ୍କ ସହ ବାଣ ଫୁଟାଇବା ସହ ମିଠା ଖୁଆଇ ଦୀପାବଳି ପାଳନ କଲେ । ଏଥିସହ ସେମାନଙ୍କ ସହ ଗୀତ ଗାଇ ନାଚିଲେ । ତେବେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ମଧ୍ୟ ଏହି ଖୁସିରେ ସାମିଲ ହୋଇଥିଲେ । କାରଣ ସହରର ସମସ୍ତେ ବେଶ ଧୂମଧାମରେରେ ଆଲୋକର ପର୍ବକୁ ପାଳନ କରୁଥିବା ବେଳେ ବସ୍ତିବାସିନ୍ଦା କିନ୍ତୁ ସେଭଳି ଯାକଯକମରେ ଆର୍ଥିକ ସ୍ଥିତିକୁ ନେଇ ପାଳନ କରି ନ ଥାନ୍ତି ।