ଓଡିଶା

odisha

ETV Bharat / state

ଜୁନ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା, ମେ ପହିଲାରୁ ଆବେଦନ

ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମେ' ୧ ତାରିଖରୁ ୧୦ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲରେ ହେବ ଆବେଦନ । ଜୁନ ୨୩ ତାରିଖରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ହେବ ପ୍ରବେଶିକା ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଅଧିକ ପଢ଼ନ୍ତୁ

DHE odisha releases timeline for pg entrance
ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

By

Published : Apr 26, 2023, 10:52 PM IST

ଭୁବନେଶ୍ବର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୦୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ମୁତାବକ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ମେ' ୧ ତାରିଖରୁ ସାମ୍ସ (SAMS) ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ । ସାମ୍ସର ଓ୍ବେବସାଇଟ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ (ସିଏଏଫ) ଉପଲବ୍ଧ ହେବ । ମେ' ୧୦ ତାରିଖରେ ଆବେଦନର ଶେଷ ତାରିଖ ରହିଛି ।

ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଏହା ମଧ୍ୟ ପଢ଼ନ୍ତୁ:୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପ୍ରସ୍ତୁତି, ୨୨ରେ ସାମ୍ସ ଷ୍ଟିୟରିଂ କମିଟି ବୈଠକ

ମେ' ୧୧ ତାରିଖ ଓ ୧୨ ତାରିଖରେ କମନ ଅପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ । କିନ୍ତୁ ନୂଆ ଆବେଦନ କରି ହେବନାହିଁ । ଏପଟେ ଜୁନ ୯ ତାରିଖ ଅପରାହ୍ନ ୨ଟା ପରଠାରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ତେବେ ଜୁନ ୨୩ ତାରିଖରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ରମାଦେବୀ ବିଶ୍ବବିଦ୍ୟାଳୟରେ ନୂତନ ପିଜି କୋର୍ସ ପ୍ରସ୍ତାବ

କେବଳ ଜୁନ ୨୮ ତାରିଖ ଓ ଜୁଲାଇ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ନାହିଁ । ଅନ୍ୟପଟେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍ ଫିଲିଂ କରିବା ପାଇଁ ଏନ୍ୟ ଏକ ତାରିଖ ଧାର୍ଯ୍ୟ କରାଯିବ । ଏହାପରେ ତାରିଖରେ ସିଟ ଆଲଟମେଣ୍ଟ ସହିତ ପ୍ରଥମ ପର୍ଯ୍ୟୟ ନାମଲେଖା କରାଯିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍‌, ଆଗକୁ JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା !

ତେବେ ଏ ସମ୍ପର୍କରେ ଯଦି ଛାତ୍ରଛାତ୍ରୀ ଅଧିକ ସୂଚନା ଜାଣିବା ପାଇଁ ଦୁଇଟି ହେଲପ ଲାଇନ ନମ୍ବର ୧୫୫୩୩୫/୧୮୦୦-୩୪୫-୬୭୭୦ ଜାରି କରାଯାଇଛି । ଏନେଇ www.samsodisha.gov.inରେ ମଧ୍ୟ ଲଗ ଇନ କରି ଅଧିକ ସୂଚନା ପାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେତେବେଳେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ସଠିକ ଭାବେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ପରୀକ୍ଷା ସମୟରେ କିଭଳି ଭାବରେ ସୁରକ୍ଷିତ ଭାବେ ସୁରୁଖୁରୁରେ ସରିବ ସେନେଇ ସମସ୍ତ ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details