ବ୍ରହ୍ମପୁର: ତିନି ଦିନିଆ ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଗସ୍ତରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋସ । ଟ୍ରେନ ଯୋଗେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ ବ୍ରହ୍ମପୁର ପହଞ୍ଚିବା ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ ରାଜ୍ୟ ସରକାର କେନ୍ଦ୍ରର ବିଭିନ୍ନ ଅର୍ଥ ଓ ଯୋଜନାର ନାମ ପରିବର୍ତ୍ତନ କରି ଜନତାଙ୍କୁ ଭୂଆଁ ବୁଲାଉଥିବା , ବିଭିନ୍ନ ରେଳପଥ ଯୋଜନାରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଥିଲେ ।
ମନ୍ତ୍ରୀ କହିଛନ୍ତି,"ଦେଶର ବିଭିନ୍ନ ଲୋକସଭା କ୍ଷେତ୍ରକୁ ଗସ୍ତ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ତିନିଦିନିଆ ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଗସ୍ତ ସମୟରେ ଦଳର ମଣ୍ଡଳ ସ୍ତରଠାରୁ ଆରମ୍ଭ ଜିଲ୍ଲା ପଦାଧିକାରୀଙ୍କ ସହିତ ଆଲୋଚନା କରିବେ । ଏପରିକି ମନ୍ତ୍ରୀ ରାଜ୍ୟରେ ମହିଳା ଦୁଷ୍କର୍ମ ମାମଲା ଚିନ୍ତାଜନକ ବୋଲି କହିବା ସହିତ ଅନେକ ରେଳପଥ ନୂତନ ଯୋଜନାରେ ରାଜ୍ୟ ସହଯୋଗ କରୁନଥିବାରୁ ଜମି ଅଧିଗ୍ରହଣ ନାନା ସମସ୍ୟା ହେଉଛି ।"