ଓଡିଶା

odisha

ETV Bharat / state

ରାତି ପାହିଲେ ଡଙ୍ଗାଭସା, ମାଳମାଳ ସୋଲଡଙ୍ଗାରେ ସ୍ଥିତି ହରାଉଛି କଦଳୀ ପଟୁକା - kartika purnima

ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ । ଏହି ଦିନ ଭୋରରୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ଐତିହ୍ୟକୁ ମନେ ପକାଇଥାନ୍ତି । ତେବେ ଆଧୁନିକତାର ଛାପରେ   ଧୀରେ ଧୀରେ ସୋଲ, ଜରି ଓ କାଗଜ ପ୍ରସ୍ତୁତ ଡଙ୍ଗା କଦଳୀ ପଟୁକା ଡଙ୍ଗାର ସ୍ଥାନ ନେବାକୁ ବସିଲାଣି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Nov 11, 2019, 5:02 PM IST

ଖୋର୍ଦ୍ଧା: ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ । ଏହି ଦିନ ଭୋରରୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ଐତିହ୍ୟକୁ ମନେ ପକାଇଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସାଧାରଣତଃ କଦଳୀ ପଟୁକାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି । ହେଲେ ଆଧୁନିକତାର ଛାପରେ ଧୀରେ ଧୀରେ ସୋଲ, ଜରି ଓ କାଗଜ ପ୍ରସ୍ତୁତ ଡଙ୍ଗା କଦଳୀ ପଟୁକା ଡଙ୍ଗାର ସ୍ଥାନ ନେବାକୁ ବସିଲାଣି ।

ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସରିବା ପରେ କୁଢ଼ କୁଢ଼ ଆବର୍ଜନା ନଦୀ, ସମୁଦ୍ର ସହ ବିଭିନ୍ନ ଜଳରେ ଜମାହୋଇ ରହୁଛି । ଯାହାଦ୍ବାରା ପରିବେଶ ଦୂଷିତ ହେଉଛି । ମାତ୍ର ପରିବେଶ ଉପଯୋଗୀ କଦଳୀ ପଟୁକା ଡଙ୍ଗା ବଦଳରେ ଲୋକେ ସୋଲ ଓ ଜରିରେ ପ୍ରସ୍ତୁତ ଡଙ୍ଗା ନେବାକୁ ପସନ୍ଦ କରୁଛନ୍ତି ।

ଚଳିତବର୍ଷ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ସୋଲ୍‌ ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଦା ଗଦା ସୋଲ ଓ ଜରି ନିର୍ମିତ ଡଙ୍ଗା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ୍ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details