ଓଡିଶା

odisha

ETV Bharat / state

ପ୍ରଶାସନର ବାରଣ ସତ୍ତ୍ବେ ଖୋର୍ଦ୍ଧାରେ ଅନୁଷ୍ଠିତ ହେଲା ଦଣ୍ଡଯାତ୍ରା - danda jatra in khordha in khordha district

ସରକାରୀ ନିର୍ଦ୍ଦେଶକୁ ଫୁ । ପ୍ରଶାସନର ବାରଣ ସତ୍ତ୍ବେ ଅନୁଷ୍ଠିତ ହେଲା ଦଣ୍ଡଯାତ୍ରା । ଅଧିକ ପଢନ୍ତୁ....

danda jatra in khordha in khordha district
ପ୍ରଶାସନର ବାରଣ ସତ୍ତ୍ବ ଖୋର୍ଦ୍ଧାରେ ଅନୁଷ୍ଠିତ ହେଲା ଦଣ୍ଡଯାତ୍ରା

By

Published : Apr 13, 2020, 3:21 PM IST

ଖୋର୍ଦ୍ଧା : ସରକାରୀ ନିର୍ଦ୍ଦେଶକୁ ଫୁ । ପ୍ରଶାସନର ବାରଣ ସତ୍ତ୍ବେ ଅନୁଷ୍ଠିତ ହେଲା ଦଣ୍ଡଯାତ୍ରା । କୋରୋନାର ଭୟାବହତାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । କିପରି ଲୋକମାନେ ଏକାଠି ନହେବେ ସେଥିପାଇଁ ସରକାରଙ୍କ ତରଫରୁ ବ୍ୟାପକ ଜନ ସଚେତନତା କରାଯାଉଛି । ପୋଲିସ ପାଟ୍ରୋଲିଂ ମଧ୍ୟ ଜୋରଦାର କରୁଛି ।

ପ୍ରଶାସନର ବାରଣ ସତ୍ତ୍ବ ଖୋର୍ଦ୍ଧାରେ ଅନୁଷ୍ଠିତ ହେଲା ଦଣ୍ଡଯାତ୍ରା

ସୋମବାର ମହାବିଷୁବ ସଂକ୍ରାନ୍ତି ଥିବାରୁ ଖୋର୍ଦ୍ଧାରେ ଝାମୁ ଯାତ୍ର ,ଦଣ୍ଡ ଯାତ୍ରକୁ ବାରଣ କରିବା ସହ ଜିଲ୍ଲାର ବିଭିନ୍ନ ମନ୍ଦିରରେ 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ଦଣ୍ଡୁଆମାନେ । ବାରଣ ସତ୍ତ୍ବେ ଏକାଧିକ ଲୋକଙ୍କ ସମାଗମ ହୋଇ ଦଣ୍ଡ ଯାତ୍ରା ଖୋର୍ଦ୍ଧାର ତୁଳସୀପୁର ଗାଁରେ ଅନୁଷ୍ଠିତ ହୋଇଛି । କିନ୍ତୁ ଏହାକୁ ବନ୍ଦ କରିବାରେ ବିଫଳ ହୋଇଛି ପ୍ରଶାସନ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details