ଭୁବନେଶ୍ବର:ଏଣିକି ସଡ଼କ ଦୁର୍ଘଟଣା ଓ ପାର୍କିଂ ସମସ୍ୟାରୁ ମିଳିବ ମୁକ୍ତି । QR କୋଡ୍ ଆସିଥିବାରୁ ଏବେ ଗାଡି ମାଲିକ ଟେନସନ ଫ୍ରି ରହିବେ । କାରଣ ସଡ଼କ ଦୁର୍ଘଟଣାର ଶିକାର ହେଲେ ହୀନସ୍ଥା ହେବାକୁ ପଡିବନାହିଁ। ନିତିଦିନିଆ ଯାତାୟତରେ କର୍ମସ୍ଥଳୀଠୁ ଆରମ୍ଭ କରି ଘର ଓ ବନ୍ଧୁ ପରିଜନଙ୍କ ସହ ବୁଲାବୁଲି କରିବାକୁ ୨ ଚକିଆ କିମ୍ବା ୪ ଚକିଆ ଗାଡିଟିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ହେଲେ ସହରରେ ଗାଡି କେଉଁଠି ପାର୍କିଂ କରାଯିବ ତାହା ପ୍ରମୁଖ ସମସ୍ୟା ସାଜିଥାଏ । ଗାଡ଼ି ଚୋରି କିମ୍ବା ରାସ୍ତାରେ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲେ କିଏ ସହଯୋଗ କରିବ ସେଥିପାଇଁ ମଧ୍ୟ ଚିନ୍ତା ଥାଏ। ତେବେ ସବୁ ଚିନ୍ତା ଦୂର କରିବାକୁ ବଜାରକୁ ଆସିଛି ନୂଆ QR କୋଡ୍ ଆପ୍ ।
ଜାଣନ୍ତୁ କ'ଣ ଏହି ଆପ୍?
'Daddy's Road' ନାମକ ଏକ ଆପ୍ ଟ୍ରାଫିକ ଟେନସନରୁ ମୁକ୍ତି ଦେବ । ଯାହା ଗାଡ଼ି ସମ୍ପର୍କରେ ସମସ୍ତ ପ୍ରକାର ଆଲର୍ଟ ଦେବ । ଗାଡିରେ ଲାଗିଥିବା କ୍ୟୁଆର ଲାଗିଥିବା QR କୋଡ୍ ଯେକେହି ସ୍କାନ କରି ଆପଣଙ୍କ ଗାଡି ସମ୍ପର୍କରେ ଆପଣଙ୍କୁ ଦେଇପାରିବ ଆଲର୍ଟ ମେସେଜ। ଆପଣଙ୍କ ଗାଡି ବିଷୟରେ ନିରନ୍ତର ସୂଚନା ସବୁ ସମୟରେ ଏବଂ ସବୁ ଜାଗାରେ ମିଳିପାରିବ । 'Daddy's Road' QR ଷ୍ଟିକର ଏକ ନିଆରା ଏବଂ ଅଭିନବ ପ୍ରୟାସ ଯାହାକି ଆପଣଙ୍କ ଗାଡି, ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଆପଣଙ୍କ ଆଖପାଖର ଲୋକଙ୍କୁ ସଂଯୋଗ କରି ସୂଚନା ଦେଇପାରିବ । ଦୁର୍ଘଟଣା ହୋଇଥିଲେ ଏ ସମ୍ବନ୍ଧରେ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରିବ QR କୋଡ୍ । ବ୍ଲଡ଼ ବ୍ୟାଙ୍କ ସହ ସହଯୋଗ ପାଇଁ ଏହି ଆପ ଜରିଆରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରିବ ।
ଏହା ବି ପଢନ୍ତୁ...Citizen Sentinel App: ହେଲମେଟ୍ ନପିନ୍ଧିଲେ ଫଟୋ ଉଠାଇବେ ସାଧାରଣ ଜନତା