ଭୁବନେଶ୍ବର:ଏଟିଏମ୍ ଲୁଟ୍ ଯୋଜନାକୁ ଭଣ୍ଡୁର କଲା ପୋଲିସ । ଏନେଇ ଭୁବନେଶ୍ବର ଡିସିପି ପିସିଆର କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ମନୋବଳକୁ ଆହୁରି ବଢାଇବାକୁ ଦେଇଛନ୍ତି ପ୍ରେରଣା । ସୂଚନା ମୁତାବକ, ଗତ ମେ ୧୨ତାରିଖ ରାତିରେ ଭିଏସଏସ ନଗର ନିକଟସ୍ଥ ଏକ ଏଟିଏମ୍ରୁ ଲୁଟ୍ ପାଇଁ ୬ରୁ ୭ ଦୁର୍ବୁତ୍ତ ଗୋଟିଏ ପିକ୍ଅପ୍ ଓ ବାଇକ ଯୋଗେ ଆସିଥିଲେ । ସେମାନଙ୍କୁ ଏସକର୍ଟ ଦେଇ ଆଗରେ ଯାଉଥିଲା ଏକ ବାଇକରେ ଦୁର୍ବୁତ୍ତ । ଅନ୍ଧାରିଆ ସମୟରେ ଡକାୟତି ଯୋଜନା ପୁର୍ବରୁ ସେହି ବାଟ ଦେଇ ଯାଉଥିବା ଦୁଇ ଯୁବକଙ୍କଠାରୁ ଗାଡି ଛଡ଼ାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ହେଲେ ସେମାନଙ୍କ କବଳରୁ ଖସି ଆସିଥିବା ଯୁବକବାଟରେ ପୋଲିସ ପିସିଆର-୫କୁ ସବୁ କଥା କହିଥିଲେ ।
ଏନେଇ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ବାଇକରେ ଥିବା ଦୁର୍ବୁତ୍ତ ଖସି ପଳାଇଥିଲା । ପରେ ପିସିଆର ବାଇକ୍କୁ ଛାଡ଼ି ପିକ୍ଅପ୍ ଭ୍ୟାନକୁ ପିଛା କରିଥିଲା । ଲୁଟେରା କେଭି ଦେଇ ଡମଣା ଛକ ଓ ପରେ ନାଲକୋ ଛକ ଦେଇ ଇନଫୋସିଟି ଆଡ଼କୁ ଖସିଯାଇଥିଲେ । କିନ୍ତୁ ପିଛା କରୁଥିବା ପିସିଆର ଅନ୍ୟ ପିସିଆର ୨୦/୨୧କୁ ଯୋଗାଯୋଗ କରି ଉତ୍କଳ ହସ୍ପିଟାଲ ପାଖ ସରସ୍ବତୀ ବସ୍ତି ନିକଟରେ କାବୁ କରିଥିଲେ । ଅନ୍ୟପଟେ ଦୁର୍ବୃତ୍ତ ଖସିବାକୁ ଉଦ୍ୟମ କରି ପୋଲିସକୁ ଟେକା ପଥର ମାଡ କରିଥିଲେ । ଯାହାଫଳରେ ଘଟଣା ସ୍ଥଳରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।