ଭୁବନେଶ୍ବର: ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ସ୍ଥଳ ଭାଗ ଛୁଇଁପାରେ ସାମୁଦ୍ରିକ ଝଡ "ବାୟୁ " । ଏହାର ସାମ୍ଭାବ୍ୟ ପ୍ରଭାବ ଅନୁଭୂତ ହେବା ଆଗରୁ ସତର୍କ ହୋଇ ଉଠିଛନ୍ତି ଗୁଜୁରାଟ ସରକାର । ଏହି ବାତ୍ୟାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାତ୍ର ଏଭଳି ସ୍ଥିତିରେ ଗୁଜୁରାଟକୁ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇଛି ରାଜ୍ୟ ।
ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିଭଳି କରାଯିବ ସେହି ଅଭିଜ୍ଞତାକୁ ଗୁଜୁରାଟ ସହ ସେୟାର କରିଛି ଓଡିଶା । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି ଗୁଜୁରାଟ ସରକାରଙ୍କ ମୁଖ୍ୟ ଶାସନ ସଚିବ । ଫୋନ ଯୋଗେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି । ବାତ୍ୟା ଅନୁଭୂତ ହେବା ପୂର୍ବରୁ ଏବଂ ଏହା ପରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ପ୍ରସ୍ତୁତି କିପରି ଥିଲା ସେ ସମ୍ପର୍କରେ ଗୁଜୁରାଟକୁ ଅବଗତ କରିଛି ଓଡିଶା ।