ଓଡିଶା

odisha

By ETV Bharat Odisha Team

Published : Dec 2, 2023, 11:48 AM IST

ETV Bharat / state

ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ! ୪ରେ କରିପାରେ ଲ୍ୟାଣ୍ଡଫଲ

Cyclone Michaung Update: ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା । ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍ ଓ ତାମିଲନାଡୁ ମଧ୍ୟରେ ଉପକୂଳ ଛୁଇଁପାରେ । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆଜି(ଶନିବାର) ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ବାତ୍ୟାର ନାମ ରଖାଯାଇଛି ମିଚୌଙ୍ଗ । ତେବେ ବାତ୍ୟା ଆସନ୍ତା ୪ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍ ଓ ତାମିଲନାଡୁ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଓଡି଼ଶାକୁ ବାତ୍ୟା ଜନିତ ବିପଦ ସୂଚନା ନଥିଲେ ହେଁ ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି ।

ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୩ ତାରିଖରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବ । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଜିଲ୍ଲାରେ ହାଲୁକାର ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୫ ତାରିଖରୁ ରାଜ୍ୟରେ ବାର୍ଷାର ବିସ୍ତୃତି ବଢିବ। ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଓଡିଶାରେ ନାହିଁ ସମ୍ଭାବ୍ୟ ବାତ୍ୟା ପ୍ରଭାବ, ‘ବିଭିନ୍ନ ସ୍ଥାନରେ ଖାଲି ବର୍ଷା ସମ୍ଭାବନା’

ସେପଟେ ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ଚାଲିଛି । କ୍ଷେତରେ ଲହଡି ଭାଙ୍ଗୁଛି ପାଚିଲା ଧାନ ଫସଲ । ଏପରି ସମୟରେ ବାତ୍ୟା ସମ୍ଭାବନା ଚାଷୀକୂଳକୁ ଚିନ୍ତାରେ ପକାଇଛି । ରାଜ୍ୟରେ ବର୍ଷା ହେବାକୁ ଥିବାରୁ ଚାଷୀମାନେ ତରବରିଆ ଭାବେ ଧାନ କାଟି ସଂରକ୍ଷଣ କରିବାରେ ଲାଗିପଡିଛନ୍ତି ।

ପାଣିପାଗ ବିଭାଗ ଅନୁଯାୟୀ, ଗତକାଲିର ଅବପାତ ଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୩ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭିତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ବଙ୍ଗୋପସାଗର ଅଞ୍ଚଳରେ ଏହି ଗଭୀର ଅବପାତ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ । ଯାହାକି ଆନ୍ଧ୍ର ଓ ତାମିଲନାଡୁ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details