ଓଡିଶା

odisha

ETV Bharat / state

Cyclone Alert: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ! ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ - ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ଅଧିକ ଘନୀଭୂତ ହୋଇ ଗଭୀର ଅବପାତେ ପରିଣତ ହେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Cyclone Alert
Depression over west central bay of bengal

By ETV Bharat Odisha Team

Published : Oct 22, 2023, 9:44 AM IST

ଭୁବନେଶ୍ବର:ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା ମିଳିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ପରିଣତ ହେବା ସମ୍ଭାବନା ରହିଛି । ଆଜି(ରବିବାର) ରାତିରେ ଅବପାତ ଗଭୀର ଅବପାତର ରୂପ ନେବ । ଆସନ୍ତାକାଲି ମଧ୍ୟରାତ୍ରୀ ସୁଦ୍ଧା ଦୁର୍ବଳ ବାତ୍ୟାର ରୂପ ନେଇପାରେ ଅବପାତରେ ରୂପ ନେଇଥିବା ଲଢୁଚାପ । ଅବପାତ ସାମ୍ଭାବ୍ୟ ଟ୍ରାକ୍‌ ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବର୍ତ୍ତମାନ ପାରାଦ୍ବୀପଠୁ ଦକ୍ଷିଣରେ 610 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ଅଧିକ ବଳ ଗୋଟାଇ ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ଏହା ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଏହାର ସାମ୍ଭାବ୍ୟ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ସଦୃଶ ଲଘୁଚାପ ଅବପାତର ରୂପ ନେଇ ସମୁଦ୍ର ଭିତରେ ସ୍ଥିର ରହିଛି । ପରବର୍ତ୍ତୀ ସମୟରେ ଏହା ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ...ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର, କାଲି ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା

ଗଭୀର ଅବପାତ ସମୟରେ ପବନର ବେଗ ସର୍ବାଧିକ 80 କିମି ରହିପାରେ । ଆସନ୍ତା 27 ତାରିଖ ଯାଏଁ ସମୁଦ୍ର ଅଧିକ ଆଶାନ୍ତ ରହିବ । 27 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି । ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବାର ସମ୍ଭାବନା ନାହିଁ । 24 ଓ 25 ତାରିଖରେ ବର୍ଷା ସାମାନ୍ୟ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପରେ ଏହା ପ୍ରଭାବ ନଥିଲେ ବି ରାଜ୍ୟ ସରକାର ସତର୍କ ରହିଛନ୍ତି । ଆସନ୍ତା 24 ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ମୁହାଁବ । ଏହା ଉତ୍ତର-ଉତ୍ତରପୂର୍ବ ଦିନରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଆ, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ତେଣୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ABOUT THE AUTHOR

...view details