ଭୁବନେଶ୍ବର: ସାଇବର ଅପରାଧକୁ ରୋକିବାକୁ କମିଶନରେଟ ପୋଲିସର ନୂଆ ପଦକ୍ଷେପ । ଆଉ ଛାତ୍ର ଛାତ୍ରୀଙ୍କୁ ଡରାଇପାରିବେନି ସାଇବର ଠକ। ଅଶ୍ଳୀଳ ଫଟୋ ପଠାଇ ଧମକାଇ ପାରିବନି ଅପରାଧି । ଗେମ୍ସ ବା ଫେକ୍ ପ୍ରୋଫାଇଲରେ ମାଗିପାରିବେନି ଟଙ୍କା । ଟ୍ବିନିସିଟିର ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ । ଯେଉଁଠି ସ୍କୁଲ ପିଲାଙ୍କୁ ସହାୟତା ପାଇଁ ରହିବ ବ୍ୟବସ୍ଥା । ଏହି କ୍ଲବରେ ମେମ୍ବର ରହିବେ ପ୍ରତି ସ୍କୁଲର ୫ଜଣ ସଦସ୍ୟ ଓ ୩ ଜଣ ଛାତ୍ରଛାତ୍ରୀଙ୍କ ସହ ଦୁଇ ଜଣ ସ୍କୁଲ କର୍ତ୍ତୃପକ୍ଷ । ଏଥିସହ ପ୍ରତି ସ୍କୁଲକୁ ନେଇ ପୋଲିସ ଖୋଲିବ ହ୍ବାଟ୍ସଆପ ଗ୍ରୁପ । ଗ୍ରୁପରେ ରହିବେ କମ୍ପୁଟର ସେକ୍ସନ ଓ ପ୍ରିନିସପାଲ ।
ଯଦି ସାଇବର ଅପରାଧି ସ୍କୁଲର ଛାତ୍ର ଛାତ୍ରୀକୁ ହଇରାଣ କରନ୍ତି ଏନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ନଚେତ୍ ସ୍କୁଲର ବଛାଯାଇଥିବା ୩ଜଣ ସିନିୟର ଛାତ୍ର ଛାତ୍ରୀ ମଧ୍ୟରୁ ଜଣକୁ ଜଣାଇପାରିବେ । ଫଳରେ ଏହାକୁ ସିକ୍ରେଟ ରଖି ପୋଲିସ ସେମାନଙ୍କଠୁ ଅଭିଯୋଗକୁ ଜାଣିପାରିବ । ଲୋକ ଲଜ୍ଜାରେ ମନ କଥା କହିପାରୁ ନଥିବା ପିଲାଟି ନିଜର ସହଯୋଗୀ ବା ଶିକ୍ଷକଙ୍କ ଜରିଆରେ ସାମ୍ନା କରୁଥିବା ଅସୁବିଧାକୁ ପୋଲିସ ପାଖରେ ପହଞ୍ଚାଇ ପାରିବ । ଏହା ଜାଣିବା ପରେ ଉଚିତ୍ ସମୟରେ ଠିକ ପଦକ୍ଷେପ ନେଇପାରିବେ କମିଶନରେଟ ପୋଲିସ । ସାଇବର ଅପରାଧ ପ୍ରଭାବ ଏକ କର୍ମଶାଳାରେ ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି ପୋଲିସ କମିଶନର।