ଖୋର୍ଦ୍ଧା: ଗ୍ରାହକଙ୍କୁ ଠକି ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ଠକି ନେଉଛି ରିଲାଏନ୍ସ ଷ୍ଟୋର । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର ଗ୍ରାହକଙ୍କୁ ଠକୁଥିବା ସଙ୍ଗୀନ ଅଭିଯୋଗ ଆଣି ଷ୍ଟୋର ସାମ୍ନାରେ ଧାରଣାରେ ବସିଛନ୍ତି ଗ୍ରାହକ । ସେପଟେ ଷ୍ଟୋର ଅଧିକାରୀ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।
ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ଠକି ନେଉଥିବା ଅଭିଯୋଗରେ ପଲା ଅଞ୍ଚଳର ଗୌରୀ ଶଙ୍କର ମିଶ୍ର ଧାରଣାରେ ବସିଛନ୍ତି । ଥରେ କିମ୍ବା ଦୁଇଥର ନୁଁହ ବରଂ ତିନି ତିନିଥର ରିଲାଏନ୍ସ ସୁପର ଷ୍ଟୋରକୁ ଯାଇ ଠକେଇର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଷ୍ଟୋର ଅଧିକାରୀଙ୍କୁ ଜଣାଇବାରୁ ସେ ଏହା ତାଙ୍କର ସର୍ଭର ଏରର ପାଇଁ ଘଟିଥିବା କହିଥିଲେ । ତେବେ ଏହି ସର୍ଭର ଏରର ପାଇଁ ସାରା ଦେଶରେ ହୋଇଥିବା କାରବାରରେ ବହୁ ଗ୍ରାହକ ସେମାନଙ୍କ ଅର୍ଥ ହରାଇଥିବା ଅଭିଯୋଗ କରିଛନ୍ତି ଗୌରୀ ଶଙ୍କର ମିଶ୍ର ।