ଖୋର୍ଦ୍ଧା: ଗୁଜୁରାଟର ଅହମ୍ମଦାବାଦରୁ ପ୍ରବାସୀ ଶ୍ରମିକଙ୍କୁ ନେଇ 2ଟି ଟ୍ରେନ ଆଜି ଖୋର୍ଦ୍ଧା ରୋଡ ଷ୍ଟେସନରେ ପହଞ୍ଚିବ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏନେଇ ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛନ୍ତି ।
ଖୋର୍ଦ୍ଧା ରୋଡ଼ ଷ୍ଟେସନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲାଗୁ ହେଲା କର୍ଫ୍ୟୁ - ପ୍ରବାସୀ ଶ୍ରମିକ
ଆଜି ଦିନ 2 ରୁ ସକାଳ 7 ଯାଏଁ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲାଗୁହେଲା କର୍ଫ୍ୟୁ ।
ଖୋର୍ଦ୍ଧା ରୋଡ଼ ଷ୍ଟେସନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲାଗୁହେଲା କର୍ଫ୍ୟୁ
ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନ 2ଟା ରୁ ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି । କର୍ଫ୍ୟୁ ସମୟରେ ଏହି ଅଞ୍ଚଳରେ ଯିବା ଆସିବାକୁ ନିଷିଦ୍ଧ କରାଯାଇଥିବା ସହ ଦୋକାନ ବଜାର ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ