ଓଡିଶା

odisha

ETV Bharat / state

କ୍ରିପ୍ଟୋ କଏନ୍‌ ସିଣ୍ଡିକେଟ୍ ଚାଇନିଜ୍‌ ନା ୟୁରୋପୀୟ ଷଡଯନ୍ତ୍ର ? ରିମାଣ୍ଡରେ ୨ ଅଭିଯୁ୍କ୍ତ

କ୍ରିପ୍ଟୋ କଏନ୍‌ ଠକେଇ ସିଣ୍ଡିକେଟର ରାଜ୍‌ ଖୋଲିବ ଅର୍ଥନୈତିକ ଅପରାଧ ଶାଖା । ଏନେଇ STA କ୍ରିପ୍ଟୋ କଏନ୍‌ ସ୍କାମର ସର୍ଦ୍ଦାର ଗୁରୁତେଜ ସିଂ ଓ ଓଡ଼ିଶା ଦାୟିତ୍ବରେ ଥିବା ଠକ ନିରୋଦ ଦାସଙ୍କୁ ରିମାଣ୍ଡରେ ଆଣିଛି ଇଓଡବ୍ଲ୍ୟୁ ଟିମ୍ । ଅଧିକ ପଢ଼ନ୍ତୁ

By

Published : Aug 8, 2023, 10:17 PM IST

କ୍ରିପ୍ଟୋ କଏନ୍‌ ସିଣ୍ଡିକେଟ୍ ଚାଇନିଜ୍‌ ନା ୟୁରୋପୀୟ ଷଡଯନ୍ତ୍ର ?
କ୍ରିପ୍ଟୋ କଏନ୍‌ ସିଣ୍ଡିକେଟ୍ ଚାଇନିଜ୍‌ ନା ୟୁରୋପୀୟ ଷଡଯନ୍ତ୍ର ?

କ୍ରିପ୍ଟୋ କଏନ୍‌ ସିଣ୍ଡିକେଟ୍ ଚାଇନିଜ୍‌ ନା ୟୁରୋପୀୟ ଷଡଯନ୍ତ୍ର ?

ଭୁବନେଶ୍ବର: ୟୁରୋପ ନା ଚାଇନାରୁ ଅପରେଟ ହେଉଥିଲା କ୍ରିପ୍ଟୋ କଏନ୍‌ ଠକେଇ ସିଣ୍ଡିକେଟ, ସବୁର ରାଜ ଖୋଲିବ ଅର୍ଥନୈତିକ ଅପରାଧ ଶାଖା । କାରଣ ପୂର୍ବରୁ ଅନେକ ବେନାମୀ ଆପ୍‌ ଜରିଆରେ ପୁଞ୍ଜି ନିବେଶ ପାଇଁ ଠକେଇ କରିଥିବା ୬ ଜଣ ଚାଇନିଜ୍‌ ଠକଙ୍କ ଷଡ଼ଯନ୍ତ୍ର ସାମ୍ନାକୁ ଆସିବା ପରେ ଏବେ STA କ୍ରିପ୍ଟୋ ଠକେଇ ପଛର ଖୋଲିବ ରାଜ୍ । ଇଓଡବ୍ଲ୍ୟୁ ସନ୍ଦେହ କରୁଛି, ପୂର୍ବରୁ ଲୋନ ଆପ୍‌ ଜରିଆରେ ଲୁଟୁଥିବା ଠକଙ୍କ ପରି ଏହା ପଛରେ ଥାଇପାରେ ବିଦେଶୀ ଷଡ଼ଯନ୍ତ୍ର । ଏନେଇ STA କ୍ରିପ୍ଟୋ କଏନ୍‌ ସ୍କାମର ସର୍ଦ୍ଦାର ଗୁରୁତେଜ ସିଂ ଓ ଓଡ଼ିଶା ଦାୟିତ୍ବରେ ଥିବା ଠକ ନିରୋଦ ଦାସଙ୍କୁ ରିମାଣ୍ଡରେ ଆଣିଛି ଇଓଡବ୍ଲ୍ୟୁ ଟିମ୍ । ଉଭୟଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରି ୩ ଦିନ ଅନୁମତି ପାଇଛି ଇଓଡବ୍ଲ୍ୟୁ । ଉଭୟଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଟିମ୍ ।

ଲୋକଙ୍କ ମାଇଣ୍ଡ ୱାସ୍‌ କରାଇ ବିଭିନ୍ନ କାର୍ଯ୍ୟକ୍ରମ ଓ ମିଟିଂ କରାଇ ସୁନା କି ଟଙ୍କା ନୁହେଁ, ବିଦେଶୀ ଆର୍ଥିକ ବଜାରର ଭଲ ରିଟର୍ଣ୍ଣ ବା ମୁନାଫା ଲୋଭ ଦେଖାଇ କ୍ରିପ୍ଟୋ କଏନ ନିବେଶ ଆଳରେ ଠକୁଥିଲା ଠକ । ଏପରିକି ଠକେଇ କରୁଥିବା କାର୍ଯ୍ୟକ୍ରମରେ ବିଭିନ୍ନ ସେଲିବ୍ରିଟି, ଅଫିସର ଓ ପ୍ରଭାବଶାଳୀ ଲୋକଙ୍କୁ ଆଣି ସେମାନଙ୍କ ଜରିଆରେ ଲୋକଙ୍କୁ ନିବେଶ ପାଇଁ ଭରସା ଦେଉଥିଲେ । ଯେଉଁ ଭରସାରେ ଅନ୍‌ଲାଇନ ଚିଟଫଣ୍ଡ ଭଳି ଲୋକେ କ୍ରିପ୍ଟୋ କଏନ୍‌ରେ ନିବେଶ କରୁଥିଲେ ‌। ଆଉ ଯାହାର ମୌକାରେ ଏଭଳି ବିଦେଶୀ ଠକ ନିଜର ପ୍ରଭାବରେ ଗୁରୁତେଜ ଓ ନିରୋଦ ଦାସ ଭଳି ଲୋକଙ୍କୁ ମୋଟା ଅଙ୍କର‌ ଦରମା ଦେଇ ସାମାନଙ୍କ ଜରିଆରେ ଏଭଳି ଠକାମି କରୁଥିଲେ । ତେବେ ଏହି କମ୍ପାନୀ ପଛରେ ଜଣେ ୟୁରୋପୀୟ ହଙ୍ଗେରିଆନ ନାଗରିକ ଡେଭିଡ ଗେଜ୍‌ର ସମ୍ପୃକ୍ତି କଣ, ସେପରି କେହି ଲୋକ ରହିଛି ନା ଚାଇନିଜ୍ ଠକ ନିଜକୁ ଏପରି ପରିଚୟରେ ଏଭଳି ଭାରତରୁ ଠକେଇ ଷଡ଼ଯନ୍ତ୍ର କରିଛନ୍ତି, ଏନେଇ ସବୁ ଠକେଇ ଟଙ୍କାର ରୁଟ୍‌ର ରାଜ ଖୋଲିବ ଇଓଡବ୍ଲ୍ୟୁ ଟିମ୍ ।

ଏହା ମଧ୍ୟ ପଢ଼ନ୍ତୁ...ନିବେଶ ଗୁରୁ ଭାବେ ଲୋକଙ୍କୁ ଠକୁଥିଲେ, STA କ୍ରିପ୍ଟୋ ଟୋକନର ସର୍ଦ୍ଦାର ଗିରଫ

ତେବେ ଏହି ୩ ଦିନିଆ ରିମାଣ୍ଡ ବେଳେ କେଉଁ ବିଦେଶୀ ରାଷ୍ଟ୍ର ଷଡ଼ଯନ୍ତ୍ର ରହିଛି, ତାହା ସାମ୍ନାକୁ ଆସିବ । କାରଣ କିଛିଦିନ ତଳେ ଏକ ଲୋନ୍‌ ଆପ୍‌ କେସରେ ଚାଇନିଜ୍‌ ଠକ ଗୁଉନହୁଆ ୟାଙ୍ଗ ନାଁରେ ଲୁକ ଆଉଟ୍ ସର୍କୁଲାର ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ । ଅର୍ଥାତ୍ ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେବଳ ସେ ନୁହେଁ, ତାପରି ଭାରତୀୟ ବଜାରରେ ବ୍ୟବସାୟ ଆଳରେ ଲୁଟ୍‌ କରୁଥିବା ବା ଠକୁଥିବା ଆହୁରି ୫ ଜଣ ଚାଇନିଜ୍ ଠକ ନାଁରେ ମଧ୍ୟ ଲୁକ୍‌ ଆଉଟ୍ ସର୍କୁଲାର‌ ପୂର୍ବରୁ ଜାରି କରାଯାଇଛି । ସେମାନେ ହେଲେ ଇଲିଗାଲ ଲୋନ୍‌ ଆପ୍‌ କେସର ଲିୟୁ ୟି, ଜିନ୍‌ ପିଙ୍ଗ୍, ସେହିପରି ଆଉ ଏକ ଲୋନ୍‌ ଆପ୍‌ କେସର ତିନି ଚାଇନିଜ୍ ଠକ ସେନ୍‌ ଜେନହୁଆ, କ୍ବାନ ହଙ୍ଗ୍‌ ୱେଇ ଓ ୟାଙ୍ଗ ହାୟିଙ୍ଗ । ସେହିପରି କ୍ୟୁଆର ସ୍କାନ ଠକେଇ କେସ ମଧ୍ୟ ଚାଇନରୁ ଅପରେଟ ହେଉଥିବା ସନ୍ଦେହ କରୁଛି ଇଓଡବ୍ଲ୍ୟୁ । ଏନେଇ ତଦନ୍ତ ଜାରି ରଖିଛି ଇଓଡବ୍ଲ୍ୟୁ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details