ଓଡିଶା

odisha

ETV Bharat / state

ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ, ସିଗନାଲିଂ ତ୍ରୁଟି କାରଣ - ବାଲେଶ୍ବର ଟ୍ରେନ ଦୁର୍ଘଟଣା ସିଆରଏସ ରିପୋର୍ଟ

ଭୟାନକ ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ ପ୍ରକାଶ ପାଇଛି । CRS ତଦନ୍ତ ରିପୋର୍ଟରେ ସିଗନାଲ ତ୍ରୁଟିକୁ ଦାୟୀ କରାଯାଇଛି । ଅଧିକ ପଢନ୍ତୁ

odisha train accident CRS report
ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ

By

Published : Jul 4, 2023, 1:09 PM IST

Updated : Jul 4, 2023, 3:19 PM IST

ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ

ଭୁବନେଶ୍ବର: ଭୟଙ୍କର ବାଲେଶ୍ବର ଟ୍ରେନ ଦୁର୍ଘଟଣାକୁ ଇତି ମଧ୍ୟରେ ମାସେ ପୂରଣ ହୋଇଛି । ସିଆରସି ରିପୋର୍ଟରୁ ଦୁର୍ଘଟଣାର ସାଂଘାତିକ ସତ ସାମ୍ନାକୁ ଆସିଛି । ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ ସିଷ୍ଟମରେ ଅତ୍ୟଧିକ ତ୍ରୁଟି । ଜୁନ୍ ୨ ତାରିଖରେ ଘଟିଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ଉଭୟ ରେଳ ବିଭାଗର ନିରାପତ୍ତା କମିଶନ ଓ ସିବିଆଇ ତଦନ୍ତ କରୁଛନ୍ତି । ଦୁର୍ଘଟଣାର CRS ରିପୋର୍ଟ ପ୍ରକାଶ ପାଇଛି । CRS ତଦନ୍ତ ରିପୋର୍ଟରେ ସିଗନାଲ ତ୍ରୁଟିକୁ ଦାୟୀ କରାଯାଇଛି । ସିଗନାଲ ଓ ଟେଲିକମ ବିଭାଗର ଏକାଧିକ ତ୍ରୁଟି ଦୁର୍ଘଟଣାର କାରଣ ହୋଇଥିବା ସିଆରଏସ ରିପୋର୍ଟରେ ଦର୍ଶାଯାଇଛି । ଟ୍ରାକରେ କୌଣସି ତ୍ରୁଟି ନଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ୍ୟ ରହିଛି ।

କିଛି ଦିନ ପୂର୍ବରୁ ରେଲୱେ ନିରାପତ୍ତା କମିଶନ (ସିଆରଏସ୍‌) ରେଲୱେ ବୋର୍ଡ ନିକଟରେ ଦୁର୍ଘଟଣାର ସମସ୍ତ ତଦନ୍ତର ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରଥିଲା । ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଦୁର୍ଘଟଣାଟି ଦାୟିତ୍ୱରେ ଥିବା ସିଗନାଲ ଓ ଟେଲିଂ କମ୍ୟୁନିକେଶନରେ ଏକାଧିକ ତ୍ରୁଟି କାରଣରୁ ଘଟିଛି। ସିଗନାଲ ସିଷ୍ଟମରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା କାରଣ ଯୋଗୁଁ କରମଣ୍ଡଳ ଏକ୍ସପ୍ରେସଟି ଅପ୍ ଲାଇନ ବଦଳରେ ଲୁପ୍ ଲାଇନକୁ ମାଡି ଯାଇଥିଲା । ଯଦିଓ ସିଗନାଲରେ ତ୍ରୁଟି ଥିଲା ତେବେ ନାଲି ପତକା ମାଧ୍ୟମରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ରୋକା ଯାଇପାରିଥାନ୍ତା ବୋଲି ରିପୋର୍ଟରେ ଦର୍ଶାଯାଇଛି । ସିଗନାଲ ଷ୍ଟାଫ ଓ ଟେଲିକମ ଷ୍ଟାଫଙ୍କର ତ୍ରୁଟି ଥିବା ସିଆରଏସ ରିପୋର୍ଟରୁ ଜଣାପଡିଛି ।

ଏହା ବି ପଢନ୍ତୁ...Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି କି ଅପ୍ ଲାଇନରେ ସିଗନାଲ ତ୍ରୁଟି ହେବା ପରେ ମଧ୍ୟ ୨ଟି ମୁଖ୍ୟ ଟ୍ରାକ୍‌କୁ ସଂଯୋଗ କରୁଥିବା ସୁଇଚର୍‌ରେ ମଧ୍ୟ ପୂର୍ବରୁ ତ୍ରୁଟି ଦେଖା ଯାଇଥିଲା । ତ୍ରୁଟି ପୂର୍ବରୁ ଷ୍ଟେସନ ମ୍ୟାନେଜର ଓ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହା ଉପରେ କାର୍ଯ୍ୟ କରାଯାଇନାହିଁ ଯାହା ଦୁର୍ଘଟଣାର ଅନ୍ୟ ଏକ ମୁଖ୍ୟ କାରଣ ଅଟେ । ତଦନ୍ତକରୀ ଟିମ୍ ଦୁର୍ଘଟଣାର ତଦନ୍ତ ସମୟରେ ସିଗନାଲ ସିଷ୍ଟମ୍ ଓ ସୁଇଚରକୁ ନେଇ ଏକ ପରୀକ୍ଷଣ କରିଥିଲେ । ପରୀକ୍ଷଣରେ ଉଭୟ ବିଭାଗରେ ତ୍ରୁଟି ଦେଖା ଯାଇଥିଲା ।

ଏପରିକି ଷ୍ଟେସନ ପୂର୍ବରୁ ଉତ୍ତର କ୍ୟାବିନ ଓ କ୍ୟାବିନ୍ ସହ ଜଡିତ ରିଲେ ରୁମ୍ ଏବଂଷ୍ଟେସନ ନିକଟେ ଥିବା କ୍ରସିଂ ପଏଣ୍ଟ (ଗେଟ୍ ନମ୍ବର ୯୪)ରେ ସିଗନାଲ କମ୍ୟୁନିକେଶନରେ ଅଦଳ ବଦଳ ଧକ୍କାର କାରଣ । କ୍ରସିଂ ପଏଣ୍ଟରେ ଇଲେକ୍ଟ୍ରିକ୍ ଲିଫ୍ଟ ବ୍ୟାରେଜର ସିଗନାଲରେ ବାରମ୍ବାର ପରିବର୍ତ୍ତନ ଆସୁଥିଲା । ବାହାନଗା ତଦନ୍ତ ରିପୋର୍ଟ ଦାଖଲ ପରେ ସମ୍ପୁର୍ଣ୍ଣ ସିଗନାଲ ସିଷ୍ଟମ ଓ ସୁଇଚରେ ଯାଞ୍ଜ କରିବା ସହ ଏକ ସ୍ୱତନ୍ତ୍ର ଟିମ ମାଧ୍ୟମରେ ପରୀକ୍ଷଣ କରାଯିବା ଆବଶ୍ୟକ ବୋଲି ସିଆରଏସ୍ ବୋର୍ଡକୁ କହିଛି । ରେଳ ବିଭାଗର ଏଭଳି ବିପର୍ଯ୍ୟୟର ମୁକାବିଲା ଲାଗି ଜୋନାଲ ଅଧିକାରୀମାନେ ଉଭୟ ଏନଡିଅ ରଏଫ୍ ଓ ଏସଡିଆରଏଫ୍‌ଙ୍କ ମଧ୍ୟରେ ସମନ୍ୱୟ ରଖିବା ଆବଶ୍ୟକ ବୋଲି ରେଲୱେ ବୋର୍ଡକୁ ପରାମର୍ଶ ଦେଇଛି ସିଆରଏସ ।

ଏହା ବି ପଢନ୍ତୁ...Train Tragedy: ସାର୍ବଜନୀନ ହେବନି ନିରାପତ୍ତା କମିଶନ ରିପୋର୍ଟ

ପ୍ରକାଶଥାଉ କି, ଗତ ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ଶାଲିମାର ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏଥିରେ 293 ଜଣଙ୍କର ମୃତ୍ୟୁ ହୋଇଛି ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Jul 4, 2023, 3:19 PM IST

ABOUT THE AUTHOR

...view details