ଓଡିଶା

odisha

ETV Bharat / state

ଅଗଣାରେ ଫୁଟିଛି ବିରଳ ବ୍ରହ୍ମକମଳ ଫୁଲ, ଜଗନ୍ନାଥଙ୍କୁ ହେବ ଅର୍ପଣ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ କଣ୍ଟାବାଡ ପଞ୍ଚାୟତ ବାସୁଦେବପୁର ଗ୍ରାମର ମନୋଜ କୁମାର ମହାପାତ୍ରଙ୍କ ଘର ଅଗଣାରେ ତିନୋଟି ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଖବର ଶୁଣିବା ପରେ ମନୋଜଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି l ଅଧିକ ପଢନ୍ତୁ...

By

Published : Nov 10, 2021, 9:07 AM IST

ଅଗଣାରେ ଫୁଟିଲା ତିନୋଟି ବିରଳ ବ୍ରହ୍ମକମଳ ଫୁଲ
ଅଗଣାରେ ଫୁଟିଲା ତିନୋଟି ବିରଳ ବ୍ରହ୍ମକମଳ ଫୁଲ

ଖୋର୍ଦ୍ଧା:ପ୍ରତିଦିନ ଦିଅଁଙ୍କ ପାଖରେ ଲାଗିହୁଏ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ । ସେ ଫୁଲ ଭିତରେ କିଛି ସ୍ବତନ୍ତ୍ର ଫୁଲ ଥାଏ ଯାହା ବିରଳ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ କଣ୍ଟାବାଡ ପଞ୍ଚାୟତ ବାସୁଦେବପୁର ଗ୍ରାମର ମନୋଜ କୁମାର ମହାପାତ୍ରଙ୍କ ଘର ଅଗଣାରେ ତିନୋଟି ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଖବର ଶୁଣିବା ପରେ ମନୋଜଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି l

ଜଗନ୍ନାଥଙ୍କ ପ୍ରିୟ ପୁଷ୍ପ ବ୍ରହ୍ମକମଳ

ସୂଚନା ଅନୁସାରେ, ଦୀର୍ଘଦିନ ୮ ତଳେ ସିକୋରୁ ଗଛ ଆଣି ତାଙ୍କ ଅଗଣାରେ ଏକ ବ୍ରହ୍ମକମଲ ଫୁଲ ଗଛ ଲଗାଇଥିଲେ । ମନରେ ଆଶା ଥିଲା ଗଛରେ ଯେବେବି ଫୁଲ ଫୁଟିବ ପ୍ରଥମ ଫୁଲ ସେ ପୁରୀ ଜଗନ୍ନାଥଙ୍କୁ ଅର୍ପଣ କରିବେ । ହଠାତ୍ ମଙ୍ଗଳବାର ସନ୍ଧ୍ୟାରେ ଅଗଣାକୁ ଗଲାବେଳେ ଦେଖିଲେ ତିନୋଟି ଫୁଲ ଫୁଟିଛି । ସାଙ୍ଗେ ସାଙ୍ଗେ ସେ ଖୁସିରେ ଭାବ ବିଭୋର ହୋଇ ପଡିଥିଲେ । ପରିବାର ଲୋକେ ଧୂପ ଦୀପ ଦେଇ ଗଛଟିକୁ ପୂଜା ମଧ୍ୟ କରିଥିଲେ ।

ଆମେ ଭାଗ୍ୟବାନ କାରଣ କାର୍ତ୍ତିକ ମାସରେ ଜଗନ୍ନାଥଙ୍କ ପ୍ରିୟ ପୁଷ୍ପ ବ୍ରହ୍ମକମଳ ଫୁଲ ଆମ ଅଗଣାରେ ଫୁଟିଛି ବୋଲି କହିଛନ୍ତି ମନୋଜ । ଆଜି(ବୁଧବାର) ପୁରୀ ଯାଇ ଫୁଲକୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବେ । ବ୍ରହ୍ମକମଳ ଫୁଲ ଜଗନାଥଙ୍କ ପ୍ରିୟ ଫୁଲ ଯାହା ରାତିରେ ଫୁଟି ରାତିରେ ଝଡି ଯାଏ । ମହାପ୍ରଭୁ ପ୍ରତ୍ୟେକ ଦିନ ଶୟନକୁ ଯିବା ବେଳେ ତାଙ୍କୁ ବଡସିଂହlର ବେଶ କରାଯାଏ । ଏହାପରେ ରାତିରେ ମହାପଭୁଙ୍କ ପ୍ରିୟ ଫୁଲ ବ୍ରହ୍ମକମଳ ଫୁଲ ଅର୍ପଣ କରଯାଇଥାଏ ବୋଲି କିମ୍ବଦନ୍ତୀ ରହିଛି । ଫୁଲଟି ମହାପ୍ରଭୁଙ୍କ ବ୍ରହ୍ମରେ ଲାଗୁଥିବାରୁ ଏହାକୁ ବ୍ରହ୍ମ କମଳ ବୋଲି କୁହାଯାଏ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details