ଓଡିଶା

odisha

ଶିଖରଚଣ୍ଡୀ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ, ମାଷ୍ଟରପ୍ଲାନରେ ଖର୍ଚ୍ଚ ହେବ ୨୫ କୋଟି

By

Published : May 26, 2023, 9:32 PM IST

ନୂଆ ରୂପରେ ଶୋଭାପାଇବ ମା‘ ଶିଖରଚଣ୍ଡୀ ମନ୍ଦିର । ଶିଖରଚଣ୍ଡୀକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣକେନ୍ଦ୍ର ଭାବରେ ବିକଶିତ କରାଯିବ । ଅଧିକ ପଢନ୍ତୁ

ବିଶ୍ବସ୍ତରୀୟ ପର୍ଯ୍ୟଟନୀ ସ୍ଥଳି ହେବ ଶିଖରଚଣ୍ଡୀ
ବିଶ୍ବସ୍ତରୀୟ ପର୍ଯ୍ୟଟନୀ ସ୍ଥଳି ହେବ ଶିଖରଚଣ୍ଡୀ

ବିଶ୍ବସ୍ତରୀୟ ପର୍ଯ୍ୟଟନୀ ସ୍ଥଳି ହେବ ଶିଖରଚଣ୍ଡୀ

ଭୁବନେଶ୍ବର:ବିଶ୍ବସ୍ତରୀୟ ପର୍ଯ୍ୟଟନୀ ସ୍ଥଳି ହେବ ଶିଖରଚଣ୍ଡୀ । ଶିଖରଚଣ୍ଡୀ ସୋନ୍ଦର୍ଯ୍ୟକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ମାଷ୍ଟରପ୍ଲାନରେ ଖର୍ଚ୍ଚ ହେବ ୨୫ କୋଟି । ବଦଳିବ ଶିଖରଚଣ୍ଡୀ ମନ୍ଦିରରର ରୂପରେଖ । ଓଡିଶା ପର୍ଯ୍ୟଟନ କ୍ଷେତ୍ରର ନୂଆ ଏକ ପୀଠସ୍ଥଳୀରେ ଯୋଡି ହେବ ମନ୍ଦିର । ତେଣୁ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଶିଖରଚଣ୍ଡୀକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣକେନ୍ଦ୍ର ଭାବରେ ବିକଶିତ କରାଯିବ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି,‘‘୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ। ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଲକ୍ଷ୍ୟ ନେଇ ଶିଖରଚଣ୍ଡୀ ପାହାଡର ସୋନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ଆଜି ସ୍ଥାପନ ହୋଇଛି । ପୂର୍ବରୁ ଏହି ଶିଖରଚଣ୍ଡୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ମାଷ୍ଟରପ୍ଲାନକୁ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ବିଡିଏ ଏହି ଉନ୍ନୟନ କାର୍ଯ୍ୟକରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ନେବ ।’’

ଏହାସହ ମନ୍ତ୍ରୀ କହିଛନ୍ତି,‘‘ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଜୋନ-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଜୋନ୍‌-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ୍‌ ରହିବ । ଜୋନ-୩ ଓ ୪ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଖରଚଣ୍ଡୀ ପୀଠ ପ୍ରକୃତିର ଯୋଜନାକୁ ଗନ୍ତାଘର ହୋଇଥିବା ବେଳେ ପରିବେଶ ଉପଯୋଗୀ କରାଯିବ।’’

ମେୟର ସୁଲୋଚନା ଦାସ କହିଛନ୍ତି, ‘‘ଶିଖରଚଣ୍ଡୀର ବିକାଶ ବା ଏହାର ଶ୍ରୀବୃଦ୍ଧି ପାଇଁ ଯାହା ଅର୍ଥ ଆବଶ୍ୟକ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ। ଜାତୀୟ ଅନ୍ତର୍ଜାତୀୟସ୍ତରରେ ଏହି ପୀଠ କିଭଳି ପ୍ରସିଦ୍ଧି ଲାଭ କରିବା ସେନେଇ ଏହି ଉନୟନ କାର୍ଯ୍ୟ ରାଜ୍ୟ ସରକାର କରିଛନ୍ତି।’’ ସେହିପରି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏନେଇ କହିଛନ୍ତି ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା। ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିଛନ୍ତି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details