ଓଡିଶା

odisha

ETV Bharat / state

ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା ଲଗାଣ ବର୍ଷା, ଉଜାଡି ଦେଲା ଧାନ ଫସଲ - ସର୍ବାଧିକ ବର୍ଷା ରେକର୍ଡ

ଲଗାତାର ଭାବେ 48 ଘଣ୍ଟା ଧରି ତୁହାକୁ ତୁହାକୁ ବର୍ଷା କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି।

ଉଜାଡି ଦେଲା ଧାନ ଫସଲ

By

Published : Oct 25, 2019, 1:37 PM IST

ଖୋର୍ଦ୍ଧା: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଲଗାତାର ଭାବେ 48 ଘଣ୍ଟା ଧରି ତୁହାକୁ ତୁହାକୁ ବର୍ଷା କାରଣରୁ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି । କେଉଁଠି ଧାନକେଣ୍ଡା ପାଣିରେ ଭାସୁଛି ତ ଆଉ କେଉଁଠି ଧାନ ବିଲ ଉପରେ ପାଣିର ସୁଅ ଚାଲୁଛି। ଯାହାକୁ ଦେଖି ବଢିଯାଇଛି ଚାଷୀର ଦୁଃଖ।

ବଢିଲା ଚାଷୀଙ୍କ ଦୁର୍ଦ୍ଦଶା

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ଶୁକ୍ରବାର ପାଗରେ ସାମାନ୍ୟ ପରିବର୍ତନ ଆସିଛି। ହେଲେ ବର୍ଷା ଛାଡିବା ପରେ ମଧ୍ୟ ଚାଷଜମିରେ ପାଣି ଜମି ରହିବା କାରଣରୁ ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ। ଖୋର୍ଦ୍ଧାରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୧୧୬୮.୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାର ବାଲିଅନ୍ତା ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ବେଳେ ବୋଲଗଡରେ ସର୍ବନିମ୍ନ ୫୬ ମିମି ବର୍ଷା ରେକର୍ଡ ହୋଇଛି।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details