ଓଡିଶା

odisha

By

Published : Nov 1, 2022, 1:41 PM IST

ETV Bharat / state

ଅପରେସନ ଗଲିବଏ: ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ

ରାଜଧାନୀରେ ଅପରାଧଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଦ୍ବାରା ଅପରେସନ ଗଲିବୟ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

criminal arrested by operation galiboy in bhubaneswar
ଅପରେସନ ଗଲିବୟ: ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ବର:ଅପରାଧ ଘଟାଇ ମୁକୁଳା ବୁଲୁଛନ୍ତି ଅପରାଧୀ । ଚିନ୍ତା ବଢାଇଛନ୍ତି ରାଜଧାନୀର ଗଲିବଏ ଅଭିଯୁକ୍ତ । କେତେବେଳେ ଗଳିରେ ଦାଦାଗିରି ତ ପୁଣି କେତେବେଳେ ରାସ୍ତାରେ ଆତଙ୍କ ସୃଷ୍ଟି କରୁଛନ୍ତି । ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି ସତ୍ବେ ପୋଲିସକୁ ଆଖିଠାର ମାରି କାଣ୍ଡ ଭିଆଉଛନ୍ତି । ଆର ତାର ଟେର ପାଉନି ପୋଲିସ । ଯାହାକୁ ନେଇ ଆରମ୍ଭ ହୋଇଛି ଅପରେସନ ଗଲିବଏ । କ୍ରାଇମ କରି‌ ଫେରାର ଥିବା କ୍ରିମିନାଲଙ୍କ ଉପରେ ଅପରେସନ ଆରମ୍ଭ କରିଛି ପୋଲିସ ।

କିଛି ଗଲିବଏ କ୍ରିମିନାଲଙ୍କ ଉପରେ ପୋଲିସ ନଜର ପକାଇଛି । ଯାହାର ଆଧାରରେ ବିଭିନ୍ନ ଥାନା ଅଞ୍ଚଳରେ ଛୋଟବଡ ଆତଙ୍କରାଜ, ମରଣାନ୍ତକ ଆକ୍ରମଣ ଆଦି ଘଟଣାର‌ ଅପରାଧୀଙ୍କୁ ଗୋଡାଇ‌ ଗୋଡାଇ‌ ଧରୁଛି ପୋଲିସ । ଏହି କ୍ରମରେ ଖାରବେଳ ନଗର ଥାନା ଗତ ମେ ମାସରେ ମ୍ୟାଡ ମୁଲ ବାରରେ ଯୁବକକୁ ଆକ୍ରମଣ ଓ ବେକ କାଟିବା ମାମଲାରେ ଫେରାର ଥିବା ଅଭିଯୁକ୍ତକୁ କମିଶନରେଟ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଏୟାରପୋର୍ଟ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିର ଶୁଭମ ନାୟକ ଓରଫ ପାପୁନି ନାୟକ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ସମାନ କାମକୁ ସମାନ ଦରମା ଦାବି, ରାଜଧାନୀରେ ଗର୍ଜିଲେ ଭୋକେସନାଲ ଟ୍ରେନର

ଶୁଭମ ନାମରେ ଦଫା ୩୦୭ର ଅଭିଯୋଗ ରହିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ତେବେ ଶୁଭମ ଜଣେ ପେଷାଦାର ଅପରାଧି । ପୁର୍ବରୁ ତା ନାମରେ ୪ଟି ମାମଲା ଥିବା ଖାରବେଳ ନଗର ଆଇଆଇସି କହିଛନ୍ତି । ଏପରିକି ନିଜ ଇନଷ୍ଟାଗ୍ରାମ ଆଇଡିରେ ମଧ୍ୟ କଲର ପାପୁନି ୩୦୭ ଲେଖି ନିଜର ଗଲିବୟର ଦାଦାଗିରିର ଭୟ ସୃଷ୍ଟି କରିଥିଲା ବୋଲି ପୋଲିସ ସୁତ୍ରରୁ ସୁଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details