ଭୁବନେଶ୍ବର:ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ତଦନ୍ତକାରୀ ଟିମର ଉପସ୍ଥିତିରେ ହେବ ପୋଷ୍ଟମର୍ଟମ। ଏନେଇ ପୋଲିସ ପକ୍ଷରୁ ଓ୍ବାର୍ଡର ଚାରିଆଡୁ ଘେରି ରହିଛି ପୋଲିସ । ଯେହେତୁ ତଦନ୍ତ କ୍ରାଇମବ୍ରାଞ୍ଚର ପରିସରରେ ରହିଛି ସେନେଇ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଏପଟେ ନମୁନା ସଂଗ୍ରହ କଲା ଫରେନସିକ ଟିମ୍ ।
ତେବେ ଛାତିରେ ଗୁଳି ବାଜିଥିବାରୁ ଗୁଳିର ପୋଜିସନ ଓ କେତେ ମାତ୍ରାରେ ଗୁଳି ଛାତିକୁ ଭେଦ କରିଛି ସେ ସମସ୍ତ ତନାଘନା ତଦନ୍ତକାରୀ ଟିମ ପୋଷ୍ଟମର୍ଟମ ଡାକ୍ତରଙ୍କ ଉପସ୍ଥିତିରେ କରିବେ। ସୁରକ୍ଷା ଓ ତଦନ୍ତ ଦୃଷ୍ଟିରୁ କୌଣସି ଲୋକ ପୋଷ୍ଟମର୍ଟମ ଓ୍ବାର୍ଡରେ ନ ରହିବା ସହ ଓ୍ବାର୍ଡରୁ ନମୁନା ମଧ୍ୟ ସଂଗ୍ରହ କରାଯିବ। ଏନେଇ କ୍ରାଇମବ୍ରାଞ୍ଚ ଟିମର ଅଧିକାରୀ ତଦନ୍ତ ସମୟରେ ସେମାନଙ୍କର ଆବଶ୍ୟକୀୟ ପ୍ରମାଣ ମଧ୍ୟ ସଂଗ୍ରହ କରିବେ।