ଓଡିଶା

odisha

ETV Bharat / state

ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ - ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା

ଖୋର୍ଦ୍ଧା ବେଗୁନିଆ ତହସିଲ ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଗଣମାଧ୍ୟମ ସଂସ୍ଥା କରିଥିବା ଜମି ଜାଲିଆତି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ..

ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା
ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା

By

Published : Oct 29, 2020, 7:42 PM IST

ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥା କରିଥିବା ଜମି ଜାଲିଆତି ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଆରମ୍ଭ । ଖୋର୍ଦ୍ଧା ବେଗୁନିଆ ତହସିଲ ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଗଣମାଧ୍ୟମ ସଂସ୍ଥା କରିଥିବା ଜମି ଜାଲିଆତି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

ପୂର୍ବରୁ ଗଣମାଧ୍ୟମ ସଂସ୍ଥା ବିରୋଧରେ ଗ୍ରାମବାସୀ ଓ ଅନୁସୁଚିତ ଜନଜାତୀ ବ୍ୟକ୍ତି ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ପୋଲିସ ତଦନ୍ତ କରିଥିଲା । ପରେ ଜିଲ୍ଲାପାଳ ରାଜସ୍ବ ବିଭାଗକୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରିଥିଲେ ।

ଫଳରେ ଗୁରୁବାର ସାରୁଅ ଠାରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ ପହଞ୍ଚି ଉଭୟ ଗ୍ରାମବାସୀ ଓ ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରିଛି । ସାରୁଅ ମଲିକ ସାହିରେ ଥିବା କ୍ଲବ ଘରେ ସାରୁଅ ଗ୍ରାମର ଅଭିଯୋଗ କରିଥିବା ମୋଟ ଆଠ ଜଣଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ।

ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ ଜମିକୁ ସଂସ୍ଥା ସାଗମାଛ ଦରରେ ଜାଲିଆତି କରି କିଣି ନେଇଛି । ସେହିପରି ସାଧାରଣ ଲୋକଙ୍କ ଠାରୁ ଅଧିକ ଟଙ୍କାରେ ଜମି କିଣିବା ବେଳେ ସେମାନଙ୍କ ଠାରୁ ମାତ୍ର ସାତ ହଜାର ଟଙ୍କା ଡିସିମିଲ ହିସାବରେ ଟଙ୍କା ଦେଇଛି ।

ସେପଟେ ଜମିକୁ ବାଟ ଓ ପାଣି ଛାଡିବା କଥା ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଗ୍ରାମବାସୀ କହିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଏସପି ଦିଲ୍ଲିପ ତ୍ରିପାଠୀ କହିଛନ୍ତି ତଦନ୍ତ ଆରମ୍ଭ ହୋଇଛି ଏବଂ ଏହା ଆଗକୁ ଜାରି ରହିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details