ଭୁବନେଶ୍ବର: ବିଶ୍ବକପ କ୍ରିକେଟକୁ ନେଇ ଚାରିଆଡେ କ୍ରେଜ୍ । ଭାରତର ଜବରଦସ୍ତ ବିଜୟକୁ ନେଇ ଉତ୍ସାହ ରହିଛି । ବିଶ୍ବକପ ମାହୋଲ ମଧ୍ୟରେ ବାଣ ଦୋକାନରେ ବି କ୍ରିକେଟକୁ ନେଇ ମଧ୍ୟ କ୍ରେଜ୍ ଦେଖିବାକୁ ମିଳୁଛି । କାରଣ ବାଣ ଦୋକାନରେ ମିଳୁଛି ବ୍ୟାଟ ବଲ୍ । ଅର୍ଥାତ୍ ଦେଖିବାକୁ ବ୍ୟାଟ ଆଉ ବଲ୍ ପରି, କିନ୍ତୁ ଭିତରେ ଭଳି ରହିଛି ବାଣ । ବ୍ୟାଟରେ ଝୁରିଝୁରି ପରି ବାଣର ମଜା ଉଠାଇପାରିବେ ଲୋକେ । ଆଉ ବଲ୍ରେ ମଧ୍ୟ ଘଡ଼ି ବାଣ ପରି ବାଣର ଅନୁଭବ ନେଇପାରିବେ । କ୍ରିକେଟ ଲଭରଙ୍କ ସହ ବ୍ୟାଟ ବଲ୍କୁ ନେଇ ଛୋଟ ପିଲାଙ୍କ ମଧ୍ୟରେ କ୍ରେଜ୍ ଦୀପାବଳି ମାହୋଲକୁ ଦ୍ଵିଗୁଣିତ କରୁଛି ।
କେବଳ ଯେ ବ୍ୟାଟ ବଲ୍ ନୁହେଁ, ତା ସାଙ୍ଗକୁ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସୁପରମ୍ୟାନ ବାଣ ଓ ଆଇରନ ମ୍ୟାନ, ସ୍ପାଇଡର ମ୍ୟାନ, ହଲ୍କ, ଥର୍ ଭଳି ବାଣ ମିଳୁଛି । ସେହିପରି ଏଥର ଆସିଛି ବଜାରକୁ ମୟୂର ଓ ବେଙ୍ଗ ବତକ ବାଣ । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏପରିକି ବାଣ ଗିଫ୍ଟ ଦେବା ପାଇଁ ଏଥର ମଧ୍ୟ ଗିଫ୍ଟ ବକ୍ସରେ ଆସୁଛି ସବୁ ଭେରାଇଟର ବାଣ । ଯେଉଁଥିରେ ରହିଛି ସ୍କାଏ ସଟ୍, ଚକିରି, ଝୁରୁଝୁରି ସହ ଲଙ୍କା ବାଣ ରକେଟ ବାଣ । ପ୍ରାୟ ୩୦ ଭେରାଇଟର ବାଣ ଗିଫ୍ଟ ବାକ୍ସରେ ମିଳୁଛି ।
ଏହା ବି ପଢନ୍ତୁ- Diwali 2023: SHG ମହିଳାଙ୍କ ଦୀପାବଳି ଷ୍ଟଲ, ମନ କିଣୁଛି ଗୋବର ଦୀପ