ଓଡିଶା

odisha

ETV Bharat / state

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୁଷମାଙ୍କ ସ୍ମୃତି ସଭା - ବୈଦେଶିକ ମନ୍ତ୍ରୀ

ପଞ୍ଚଭୂତରେ ବିଲୀନ ହୋଇଛି ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ମରଶରୀର । ରାଷ୍ଟ୍ରପତି ଠାରୁ ପ୍ରଧାନମନ୍ତ୍ରୀ ଓ ବିରୋଧିଦଳର ଅନେକ ନେତା ସୁଷମାଙ୍କ ଶେଷକୃତ୍ଯରେ ସାମିଲ ଥିଲେ । ଏପଟେ ରାଜ୍ଯ କାର୍ଯ୍ୟାଳୟରେ ମଧ୍ୟ ଆୟୋଜିତ ହୋଇଯାଇଛି ସୁଷମାଙ୍କ ସ୍ମୃତି ଚାରଣ ସଭା ।

ଡ଼ିଜାଇନ ଫଟୋ

By

Published : Aug 7, 2019, 10:22 PM IST

ଭୁବନେଶ୍ବର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ
ସୁଷମା ସ୍ବରାଜଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଦ ହୋଇପଡ଼ିଛି । ଆଜି ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଙ୍କ ମରଶରୀର ରହିଥିବାବେଳେ ଦଳର କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ବ କରି ସମସ୍ତ ବରିଷ୍ଠ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପରେ ଲୋଧି ରୋଡରେ ଥିବା ଶବଗୃହରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କ ଫଟୋ ରଖି ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

। ଭାରତୀୟ ରାଜନୀତିରେ ସ୍ବର୍ଗତ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା ।
ଉଭୟ କୁଟନୀତି ଓ ରାଜନୀତିରେ ସେ ପୁରା ପାରଙ୍ଗମ ଥିଲେ । ସେହିପରି ସୁଷମା ସ୍ବରାଜଜୀ ନାରୀ ଜାତିର ଏକ ମୁର୍ତ୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ ବୋଲି ସୁଷମାଙ୍କ ସ୍ମୃତି ଚାରଣ କରି ବିଜେପି ନେତା ପ୍ରଦିପ୍ତ ନାୟକ କହିଛନ୍ତି । ସେହିପରି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ସମଗ୍ରର ନାରୀ ଜାତି ପାଇଁ
ସେ ଏକ ଉଦାହରଣ ହୋଇ ରହିବେ । ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ ମନ୍ତ୍ରୀ ଭାବେ ସୁଷମା ସ୍ବରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର
ଭାରତବାସୀଙ୍କୁ ଆକର୍ଷିତ କରୁଥିଲା ବୋଲି ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ କହିଛନ୍ତି ।

ସମସ୍ତ ଭାଷାରେ ସୁଷମାଜୀଙ୍କ ଦକ୍ଷତା ଥିଲା । ତାଙ୍କର ଶାଣିତ ଭାଷଣରେ ବିମୋହିତ ହୋଇ ଲକ୍ଷ ଲକ୍ଷ ଜନତା ତାଙ୍କ ସଭା
ସ୍ଥଳରେ ପହଂଚୁଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ସେହିପରି ଗୁରୁବାର ସୁଷମାଜୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି
ସଭା ଆୟୋଜନ କରାଯିବ ବୋଲି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details