ଓଡିଶା

odisha

ETV Bharat / state

କୋଭିଡ କଟକଣାକୁ ଫୁ, ଦୋକାନ ଆଗରେ ପୋଷ୍ଟର ମାରି ଚାଲିଛି ବାଣ ବିକ୍ରି - ଖୋର୍ଦ୍ଧାରେ ପୋଷ୍ଟର ମାରି ଚାଲିଛି ବାଣ ବିକ୍ରି

ଚଳିତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯିବା ସତ୍ତ୍ବେ ଖୋର୍ଦ୍ଧାରେ ନିୟମର ଖୁଲମଖୁଲା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଦୋକାନ ଆଗରେ ପୋଷ୍ଟର ମାରି ଚାଲିଛି ବାଣ ବିକ୍ରି
ଦୋକାନ ଆଗରେ ପୋଷ୍ଟର ମାରି ଚାଲିଛି ବାଣ ବିକ୍ରି

By

Published : Nov 13, 2020, 7:53 AM IST

ଖୋର୍ଦ୍ଧା: କୋରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିଛି । ବର୍ତ୍ତମାନ ସୁଦ୍ଧା ମହାମାରୀ ଦେଶରୁ କମିବାର ନାଁ ନେଉନି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରାକାର ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ଲେଖନପୁର ଗାଁରେ ସରକାରଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଛି ।

ଦୋକାନ ଆଗରେ ପୋଷ୍ଟର ମାରି ଚାଲିଛି ବାଣ ବିକ୍ରି

ଗୁରୁବାର ଖୋର୍ଦ୍ଧା ଜିଲ୍ଲା ଏସପି ଜିଲ୍ଲାବାସୀଙ୍କୁ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ହେଲେ ବାଘମାରି ଥାନା ଲଖନପୁର ଗାଁରେ ପୋଷ୍ଟର ମାରି ଦୋକାନରେ ବାଣ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ମା’ମଙ୍ଗଳା ନାମକ ବାଣ ଦୋକାନ ଆଗରେ ରାସ୍ତା କଡରେ ‘ଏଠାରେ ସବୁ ପ୍ରକାର ବାଣ ତିଆରି ଓ ବିକ୍ରି ହୁଏ ବୋଲି’ ପୋଷ୍ଟରରେ ଲେଖାଥିବା ଦେଖିବାକୁ ମିଳିଛି ।

ଦୀପାବଳୀ ପାଇଁ ସରକାର ମାସେ ହେବ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ହେଲେ ସରକାରଙ୍କର ଏ ନିୟମକୁ ବାଣ ବ୍ୟବସାୟୀଙ୍କ ସିଧାସଲଖ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ତେବେ ବଡ କଥା ହେଉଛି ପୋଷ୍ଟର ମରାଥିବା ସେହି ରାସ୍ତା ଦେଇ ପୋଲିସ ବାରମ୍ବାର ପାଟ୍ରୋଲିଂ କରୁଥିଲେ ବି ଏ ଘଟଣା ପୋଲିସର ନଜରକୁ ଆସିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details