ଖୋର୍ଦ୍ଧା: ହାତରେ ଫୁଟିଲା ବାଣ। ଏଥିରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଛାତ୍ରଜଣଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ହାତରେ ବାଣଫୁଟି ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର - ହାତରେ ଫୁଟିଲା ବାଣ
12:03 February 22
ହାତରେ ବାଣଫୁଟି ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର । ଗୁରୁତର ଛାତ୍ରଜଣଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ସିମର ଗ୍ରାମରେ ଗତକାଲି ଜାଗର ଯାତ୍ରା ଉପଲକ୍ଷେ ବାଣ ଫୁଟାଇ ଉତ୍ସବ ମନାଉଥିଲେ ଗ୍ରାମବାସୀ । କିନ୍ତୁ ସେଥିମଧ୍ୟରୁ କିଛି ଅଫୁଟା ବାଣ ରହିଯାଇଥିଲା। ଯାହାକୁ ଆଜି ସେହି ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଭଟ୍ଟ ଗୋଟାଇ ଜଳୁଥିବା ଦୀପରେ ଲଗାଉଥିବାବେଳେ ବାଣ ହାତରେ ଫୁଟି ଯାଇଥିଲା ।
ବାଣ ବିସ୍ପୋରଣରେ ଛାତ୍ରର ଡାହାଣ ହାତ ପାପୁଲି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ପିଲାଟିର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ