ଓଡିଶା

odisha

ETV Bharat / state

ବେଆଇନ ଗୋଚାଲାଣ: 13 ଗୋରୁ ଉଦ୍ଧାର, 2 ଅଟକ

ବେଆଇନ ଗୋରୁ ଚୋରା ଚାଲାଣବେଳେ ଲୋକଙ୍କ ହାବୁଡରେ ପଡିଲେ ଚାଲାଣକାରୀ । ଲୋକେ ଗୋରୁ ଚାଲାଣକାରୀଙ୍କୁ କାବୁ କରି ପୋଲିସ ଜିମା ଦେଲେ । ପୋଲିସ ଟ୍ରକରୁ 13 ଗୋରୁ ଜବତ କରିବା ସହ 2 ଜଣଙ୍କୁ ଅଟକ ରଖିଛି । ଅଧିକ ପଢନ୍ତୁ...

ବେଆଇନ ଗୋଚାଲାଣ 13 ଗୋରୁ ଉଦ୍ଧାର, ଦୁଇ ଅଟକ
ବେଆଇନ ଗୋଚାଲାଣ 13 ଗୋରୁ ଉଦ୍ଧାର, ଦୁଇ ଅଟକ

By

Published : Sep 2, 2020, 7:35 PM IST

ଖୋର୍ଦ୍ଧା: 16ନଂ ଜାତୀୟ ରାଜପଥରେ ବେଆଇନ ଗୋରୁ ଚାଲାଣବେଳେ ସନ୍ଦେହରେ ଟ୍ରକ ଜବତ । ଟ୍ରକରୁ ୧୩ ଗୋରୁ ଉଦ୍ଧାର । ଏହାସହ ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଟ୍ରକଟି ଆନ୍ଧ୍ରପ୍ରଦେଶରୁ କୋଲକାତା ଯାଉଥିବା ଜଣାପଡିଛି ।

ବେଆଇନ ଗୋଚାଲାଣ 13 ଗୋରୁ ଉଦ୍ଧାର, ଦୁଇ ଅଟକ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଯୋଗୁଁ ଅଟକି ରହିଥିଲା । ଟ୍ରକରୁ ଗୋରୁଙ୍କର ବିକଳ ଚିତ୍କାର ଶୁଣି ସ୍ଥାନୀୟ ଯୁବକମାନେ ଆସିଥିଲେ ଏବଂ ଗୋରୁ ଚାଲାଣକାରୀଙ୍କୁ ପଚାରିଥିଲେ । ସେଠାରେ ଭିଡ ବଢୁଥିବା ଦେଖି ଟ୍ରକରୁ ଗୋରୁ ଗୋଚାଲାଣକାରୀମାନେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ସ୍ଥାନୀୟ ଲୋକ ଅଟକ ରଖି ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ୧୩ଟି ଗୋରୁ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ଟ୍ରକ ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details