ଓଡିଶା

odisha

ETV Bharat / state

ମାତିଛନ୍ତି ଗୋରୁ ମାଫିଆ; ଚାଲାଣ ବେଳେ 6 ଗୋରୁ ଉଦ୍ଧାର - ବେଆଇନ ଗୋରୁ ଚାଲାଣ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବେଆଇନ ଗୋରୁ ଚାଲାଣବେଳେ ଗାଡିକୁ ଜବତ କରିବା ସହିତ ଛଅଟି ଗୋରୁଙ୍କୁ ଉଦ୍ଧାର କରିଛି ନାଚୁଣୀ ଫାଣ୍ଡି ପୋଲିସ । ଅଧିକ ପଢନ୍ତ...

ଚାଲାଣବେଳେ 6 ଗୋରୁ ଉଦ୍ଧାର
ଚାଲାଣବେଳେ 6 ଗୋରୁ ଉଦ୍ଧାର

By

Published : Jun 3, 2021, 10:31 AM IST

ଖୋର୍ଦ୍ଧା:ଲକଡାଉନରେ ମାତିଛନ୍ତି ଗୋରୁ ମାଫିଆ । ଦିନ ହେଉ ବା ରାତି ମାଫିଆଙ୍କର ଚାଲିଛି ବେଧଡକ ବେଆଇନ ଗୋରୁ ଚାଲାଣ କାରବାର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ଗୋମାଫିଆ । ବେଆଇନ ଗୋରୁ ଚାଲାଣବେଳେ ଗାଡିକୁ ଜବତ କରିବା ସହିତ ଛଅଟି ଗୋରୁଙ୍କୁ ଉଦ୍ଧାର କରିଛି ନାଚୁଣୀ ଫାଣ୍ଡି ପୋଲିସ ।

ମାତିଛନ୍ତି ଗୋରୁ ମାଫିଆ

ସୂଚନାମୁତାବକ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ତତ୍ବାବଧାନରେ ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚେକିଂ ବ୍ଲକିଂ ଜୋରଦାର ହୋଇଛି । ଏହା ସମୟରେ ଗମ୍ଭାରୀମୁଣ୍ଡା ଆଡୁ ଏକ ଗୋରୁ ବୋଝେଇ ଗାଡ଼ି ସୁନାଖଳା ଅଭିମୁଖେ ଯାଉଥିବାବେଳେ ଜୀବନଦେଇପୁର ଗ୍ରାମ ନିକଟରେ ଗାଡିକୁ ଅଟକାଇଥିଲା ପୋଲିସ । ପୋଲିସକୁ ଦେଖି ଗାଡିଛାଡି ଫେରାର ହୋଇଯାଇଥିଲା । ପୋଲିସ ଉକ୍ତ ଗାଡିରୁ 6ଗୋରୁଙ୍କୁ ଉଦ୍ଧାର କରିଛି ।

ବାଣପୁର ପୋଲିସ ଏନେଇ ୧୯୪/୨୧ରେ ଏକ ମାମଲା ରୁଜ୍ଜୁ କରିବା ସହ ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ବକ ସିଜୁଆ ସ୍ଥିତ ପିପୁଲ ଫର ଆନିମଲ ନାମକ ସାମାଜିକ ସଂଗଠନକୁ ହସ୍ତାନ୍ତର କରିଛି । ସେହିପରି ଦତ୍ତପୁର ଗ୍ରାମର ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ନାଚୁଣୀ ଫାଣ୍ଡି ଅଧିକାରୀ ଗତକାଲି ରାତି ୧୨ ଟାରେ ଦୁଇ ଜଣ ଗୋରୁ ଚୋରଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ତିନି ଗୋଟି ଗୋରୁଙ୍କୁ ଉଦ୍ଧାର କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details