ଓଡିଶା

odisha

ETV Bharat / state

ମାନିଲେନି କୋରୋନା କଟକଣା : ସିଲ ହେଲା ଦୋକାନ

ଖୋର୍ଦ୍ଧାରେ କୋରୋନା କଟକଣାକୁ ମାନିଲେନି ଦୋକାନୀ ସିଲ କଲା ପୌର ପ୍ରଶାସନ । ଖୋର୍ଦ୍ଧାରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସରକାରଙ୍କ ଗାଇଡଲାଇନ ମାନିବା ସହ ସକାଳ 5ଟା ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଅଧିକ ପଢନ୍ତୁ...

ମାନିଲେନି କୋରୋନା କଟକଣା : ସିଲ ହେଲା ଦୋକାନ
ମାନିଲେନି କୋରୋନା କଟକଣା : ସିଲ ହେଲା ଦୋକାନ

By

Published : Jul 9, 2020, 7:47 PM IST

ଖୋର୍ଦ୍ଧା: ମାନିଲେନି କୋରୋନା କଟକଣା, ସିଲ ହେଲା ଦୋକାନ । ଖୋର୍ଦ୍ଧା ପୌରାଞ୍ଚଳରେ ଥିବା ଦୋକାନ ଗୁଡିକ କୋରୋନା ଗାଉଡଲାଇନ ଉଲ୍ଲଙ୍ଘନ ଯୋଗୁ ପୌରାଞ୍ଚଳ ପକ୍ଷରୁ ସଂପୃକ୍ତ ଦୋକାନ ଗୁଡିକୁ ସିଲ କରାଯାଇଛି ।

ମାନିଲେନି କୋରୋନା କଟକଣା : ସିଲ ହେଲା ଦୋକାନ

କୋରୋନା ଆତଙ୍କରେ ସାରା ବିଶ୍ବ ଆତଙ୍କିତ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି । ଦେଶ ତଥା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଖୋର୍ଦ୍ଧାରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସରକାରଙ୍କ ଗାଇଡଲାଇନ ମାନିବା ସହ ସକାଳ 5ଟା ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶାସନ ପକ୍ଷରୁ ବ୍ୟବସାୟୀ ମାନଙ୍କୁ କୋଭିଡ ନିୟମ ମାନି ଚାଲିବାକୁ ସତର୍କ ଓ ସଚେତନ କରାଯାଉଛି ।

ସେହିପରି ଜିଲ୍ଲା ପ୍ରଶାସନ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କଡାକଡି କରି ଫାଇନ ମଧ୍ୟ ଆଦାୟ କରାଯାଉଛି । କିନ୍ତୁ ଗୁରୁବାର ଖୋର୍ଦ୍ଧା ସହରରେ ଥିବା ସୁନା ଦୋକାନ, ଜୁସ ଦୋକାନ, ଫାଷ୍ଟ ଫୁଡ଼ ଦୋକାନ ଭଳି 7ଟି ଦୋକାନ କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ପୌର ଅଧିକାରୀଣୀ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details