ଖୋର୍ଦ୍ଧା: ପୁଣି ସଂକ୍ରମଣ ବୃଦ୍ଧି ନେଇ ବିଭିନ୍ନ ମେଳା ମହୋତ୍ସବ ଓ ମେଳଣରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ରୀତିମତ ଚାଲିଛି ମାସ୍କ ଚେକିଂ । ହେଲେ ସରକାରଙ୍କ ଏସବୁ କଟକଣା ସତ୍ତ୍ବେ ଜିଲ୍ଲାର ସିମର ଗ୍ରାମରେ ଅନୁଷ୍ଠିତ ପଞ୍ଚୁଦୋଳ ମେଳଣରେ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି କମିଟି ଓ ଶ୍ରଦ୍ଧାଳୁ ।
କଟକଣାକୁ ଫୁ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମେଳଣ ଅନୁଷ୍ଠିତ - ମେଳନରେ କୋଭିଡ କଟକଣା ଉଲ୍ଲଙ୍ଘନ
ଖୋର୍ଦ୍ଧା ସିମର ଗ୍ରାମର ପଞ୍ଚୁଦୋଳ ମେଳଣରେ କୋଭିଡ କଟକଣା ଭୁଲିଗଲେ ଲୋକେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପାଳନ ହେଲା ମେଳଣ । ଅଧିକ ପଢନ୍ତୁ...
କଟକଣାକୁ ଫୁ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ହେଲା ମେଳଣ
ମେଳଣରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମୁହଁରେ ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା । ହଜାର ହଜାର ଲୋକଙ୍କ ସମାଗମରେ ମେଳନ ଅନୁଷ୍ଠିତ ହେଉଥିବା ଜାଣି ମଧ୍ୟ ଚୁପ ବସିଥିଲା ପ୍ରଶାସନ । ଦୁଇ ଦିନ ଧରି ବେଗୁନିଆ ଅଞ୍ଚଳରେ ମାସ୍କ ଚେକିଂ କରି ଭଲ ରାଜସ୍ବ ଆଦାୟ କରୁଥିବା ତହସିଲ କର୍ମଚାରୀ ମଧ୍ୟ ମେଳଣ ପଡିଆରେ ପହଞ୍ଚି ନଥିଲେ । ସେପଟେ ଲୋକଙ୍କ ଏଭଳି ସମାଗମ କୋରୋନାକୁ ହାତଠାରି ଡାକୁଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ